ଦିନେଶ ସ୍ମୃତି ସମ୍ମାନ ପାଇଲେ ୧୧ କ୍ରୀଡ଼ା ବ୍ୟକ୍ତିତ୍ବ

ଭୁବନେଶ୍ବର,: ପୂର୍ବତନ କ୍ରିକେଟର୍‌ ତଥା କ୍ରୀଡ଼ା ପ୍ରଶାସକ, ଚଳଚ୍ଚିତ୍ର ପ୍ରଯୋଜକ, ସାମାଜିକ ସଂଗଠକ ଦିନେଶ ସିଂହଙ୍କ ସ୍ମୃତିରେ ଏକ ସ୍ମୃତି ସମ୍ମାନ ଉତ୍ସବ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କ୍ରୀଡ଼ା ଓ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଛି। ପ୍ରତିଷ୍ଠିତ କ୍ରିକେଟ୍‌ ପ୍ରଶିକ୍ଷକ କିଶୋର ମାଣିଆ, କ୍ରିକେଟର୍‌ ପ୍ରଭଞ୍ଜନ ମଲ୍ଲିକ, ପି ଜୟଚନ୍ଦ୍ର, ସତ୍ୟରଂଜନ ଶତପଥୀ, ଦୀପକ ମଙ୍ଗରାଜ, ଗୋବିନ୍ଦ ପୋଦ୍ଦାର, ଅନୁରାଗ ଷଡ଼ଙ୍ଗୀ, ଭଲିବଲ୍‌ ବ୍ୟକ୍ତିତ୍ବ ସେଖ୍ ନିଜାମ ଅଲ୍ଲୀ, ସୁଦର୍ଶନ ପଟ୍ଟନାୟକ, କ୍ରୀଡ଼ା ସାମ୍ବାଦିକତା ପାଇଁ ସୁରେଶ ସ୍ବାଇଁ, ସମୀକ୍ଷା ପଟ୍ଟନାୟକଙ୍କୁ ପୁରସ୍କୃତ କରାଯାଇଛି।

ସେହିଭଳି ଚଳଚ୍ଚିତ୍ର ଦୁନିଆରୁ ପ୍ରଦ୍ୟୁମ୍ନ ଲେଙ୍କା, ପ୍ରସନ୍ନ ପୃଷ୍ଟି, ଶକ୍ତି ଜଗଦ୍ଦେବ, ଶିଶିର ସାହୁ, ପିନାକୀ ସିଂହ, ପାର୍ଥ ରାୟ, ବବି ମିଶ୍ର, ପ୍ରିୟଙ୍କା ପାଣିଗ୍ରାହୀ, ଧରିତ୍ରୀ ଦାଶ,‌ ସୌମ୍ୟା କାନୁ‌ନଗୋ, ସୁକାନ୍ତ ରଥ ଏବଂ ସମାଜସେବୀ ଅମିୟ ଦାଶଙ୍କୁ ସମ୍ମାନିତ କରାଯାଇଥିଲା। କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର, ତାରିକ ଅଜିଜ, ଶିଖା କବି, ତାରିଣୀ କର, ନେହା ନିହାରିକା, ମୀରା ପ୍ରଧାନ ଓ ସିଦ୍ଧାନ୍ତ ଶତପଥୀ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ମ‌ନୋରମ ଉତ୍ସବକୁ ଡ୍ରିମ୍ସର ଆବାହକ ଅସିତ ମଲ୍ଲିକ ଏବଂ ସୁବାଷ ମିଶ୍ର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର