ଆଜି ଭୁବନେଶ୍ବରରୁ ୧୧୧ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୧୮୦୦ ଟପିଲା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ୧୧୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ‌ହୋଇଛନ୍ତି। ଏଥି ମଧ୍ୟରୁ ୬୨ଜଣ କ୍ବାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ  ୪୯ଟି ସ୍ଥାନୀୟ ସଂକ୍ରମଣ ରହିଥିବା ନେଇ ଟୁଇଟ୍ କରି ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ। ଏହାକୁ ମିଶାଇ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨୮ରେ ପହଞ୍ଚିଥିବା ବେଳେ ଆଜି ସୁସ୍ଥ ହୋଇଥିବା ୨୯ଜଣଙ୍କୁ ମିଶାଇ ସୁସ୍ଥ  ଆକ୍ରାନ୍ତଙ୍କ ସଂଖ୍ୟା ୮୬୩ରେ ପହଞ୍ଚିଛି। ସମ୍ପ୍ରତି ୯୬୨ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ଏବଂ ୧୧ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଅଧିକ କଣ୍ଟାକ୍ଟ୍‌ ଟ୍ରେସିଙ୍ଗ୍ ଚାଲିଛି। ପ୍ରାଥମିକ କଣ୍ଟାକ୍ଟ୍ ଏବଂ ଆଖପାଖର ଘର, କ୍ବାରେଣ୍ଟିନକୁ ସାନିଟାଇଜ୍ କରାଯାଉଛି ବୋଲି କହିଛି ମହାନଗର ନିଗମ।

ଘରୋଇ ସଙ୍ଗରୋଧରୁ ଚିହ୍ନଟ ୬୨ଜଣଙ୍କ ଭିତରୁ  ହଂସପାଳର ଜ‌ଣେ ଯୁବକ, ଆଇଗିଣିଆରୁ ୯ ଜଣ, ଚନ୍ଦ୍ରଶେଖରପୁରରୁ ଜଣେ ମହିଳା, ନିଳାଦ୍ରୀ ବିହାରରୁ ୪ ଜଣ, ନୂଆପଲ୍ଲୀରୁ ଜଣେ ମହିଳାଙ୍କ  ସମେତ ୨ ଜଣ, ଖଣ୍ଡଗିରିରୁ ଜଣେ, ଡୁମ୍‌ଡୁମାରୁ ଜଣେ ଏକ ବେସରକାରୀ ହସ୍ପିଟାଲ୍‌ରୁ ଜଣେ ମହିଳା, ରସୁଲଗଡ଼ରୁ ୩ ଜଣ, ଚନ୍ଦ୍ରଶେଖରପୁରରୁ ଜଣେ ମହିଳା, ଖଣ୍ଡଗିରିରୁ ଜଣେ, ବରଗଡ଼ ବ୍ରିଟ୍‌ କଲୋନୀରୁ ଜଣେ, ଜଣେ ମହିଳା ସମେତ ମୈତ୍ରୀ ବିହାରରୁ ୨ ଜଣ, ଆଖଣ୍ଡଳମଣିତ ବସ୍ତିରୁ ୨ ଜଣ, ଚନ୍ଦକା ଇଣ୍ଡଷ୍ଟ୍ରିଆଲ୍‌ ଇ‌ଷ୍ଟେଟ୍‌ରୁ ଜଣେ ଓ ନୀଳମାଧବ ବସ୍ତିରୁ ଜଣେ ଚିହ୍ନଟ ହୋଇଛନ୍ତି। ସେହିପରି  ଅଶୋକ ନଗରରୁ ଜଣେ ମହିଳା, ଡୁମ୍‌ଡୁମାରୁ ଜଣେ ମହିଳା ସମେତ ୩ ଜଣ, ପଳାଶପଲ୍ଲୀରୁ ଜଣେ, ହଳଦୀପଡ଼ାରୁ ଜଣେ, ଆଇଆର୍‌ସି ଭିଲେଜ୍‌ରୁ ୩ ମହିଳା ସମେତ ୬ ଜଣ, ମଞ୍ଚେଶ୍ବରରୁ ୨ ମହିଳା, ଝାରପଡ଼ାରୁ ଜଣେ, ରାଜମହଲ କନ୍‌ଷ୍ଟ୍ରକ୍ସନ କମ୍ପାନିରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ, ଚନ୍ଦ୍ରଶେଖରପୁରରୁ ଜଣେ, ଅନ୍ୟ ଏକ ବେସରକାରୀ ହସ୍ପିଟାଲ୍‌ରୁ ଜଣେ, ଡୁମ୍‌ଡୁମା ସଂଗରୋଧ କେନ୍ଦ୍ରରୁ ୫ ଜଣ, ଶାସ୍ତ୍ରୀ ନଗରରୁ ଜଣେ, ନୂଆପଲ୍ଳୀରୁ ଜଣେ, ଓଲ୍‌ଡ ଟାଉନ୍‌ରୁ ଜଣେ, ୟୁନିଟ୍‌-୬ରୁ  ଜଣେ, ଜଣେ ରେଳବାଇ କର୍ମଚାରୀ ମଧ୍ୟ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ବରରୁ  ଚିହ୍ନଟ ୪୯ ସ୍ଥାନୀୟ ସଂକ୍ରମଣ ମଧ୍ୟରୁ  ଜୟଦେବ ବିହାରରୁ ଜଣେ, ସାଲିଆସାହିରୁ ଜଣେ, ଆଖଣ୍ଡଳମଣି ବସ୍ତିରୁ ଜଣେ, ବମିଖାଲରୁ ଜଣେ, ପଥରବନ୍ଧ ବସ୍ତିରୁ ଜଣେ, ଗଙ୍ଗାନଗରରୁ ଜଣେ, ପାଣ୍ଡରାରୁ ୩ ଜଣ ମହିଳା, ୟୁନିଟ-୬ରୁ ୨ ଜଣ,  ୟୁନିଟ୍‌-୪ରୁ ଜଣେ, ଭରତପୁରରୁ ଜଣେ, ଆଇଆର୍‌ସି ଭିଲେଜରୁ ୪, ଭୋଇନଗରରୁ ଜଣେ, ପୁଲିସ୍‌ ଏକାଡେମିରୁ ୨ ଜଣ, ଫ୍ୟାୟାର ଷ୍ଟେସନ ବସ୍ତିରୁ ଜଣେ, ଏକ କେନ୍ଦ୍ର ସରକାରୀ ହସ୍ପିଟାଲ୍‌ରୁ ୨ ଜଣ, ଚକେଇସେଣିରୁ ଜଣେ, ବାଣୀବିହାରୁ ଜଣେ, ଖାରବେଳନଗରରୁ ଜଣେ ଓ  ସିଜୁଆରୁ ଜଣେ ମହିଳା ଅଛନ୍ତି। ଏଥିସହ  ୟୁନିଟ-୧ରୁ ୨ ମହିଳାଙ୍କ ସମେତ ୩ ଜଣ, ଚନ୍ଦ୍ରଶେଖରପୁରରୁ ଜଣେ, ପାହାଳରୁ ଜଣେ, ପାଇକନଗରରୁ ଜଣେ, ଘଟିକିଆରୁ ଜଣେ, ସିଆର୍‌ପି ସ୍କ୍ବାୟାରରୁ ଜଣେ, ଜୟଦୁର୍ଗାନଗରରୁ ଜଣେ, ସୁନ୍ଦରପଦାରୁ ଜଣେ, ଝାରପଡ଼ାରୁ ଜଣେ ମହିଳା, ଜାଗମରାରୁ ଜଣେ ମହିଳା, କଳ୍ପନାରୁ ଜଣେ, ଭରତପୁରରୁ ଜଣେ, ବରମୁଣ୍ଡାରୁ ଜଣେ , ଖଣ୍ଡଗିରିରୁ ଜଣେ, ଶୈଳସୀ ବିହାରରୁ ଜଣେ, ଜଣେ କମିସନରେଟ ପୁଲିସ୍‌ କର୍ମୀ, ବରଗଡ଼ ବ୍ରିଟ୍‌ କଲୋନିରୁ ଜଣେ, ନ୍ୟୁ ଫରେଷ୍ଟ୍‌ ପାର୍କ କଲୋନୀରୁ ଜଣେ ଓ ମାଆ ମଙ୍ଗଳା ବସ୍ତିରୁ ଜଣେ ସ୍ଥାନୀୟ ସଂକ୍ରମଣ ଅଛନ୍ତି।

ଆଜି ରାଜ୍ୟରେ ୧୩୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୨୪ ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏମାନଙ୍କ ଭିତରୁ ସଂଗରୋଧ କେନ୍ଦ୍ରରୁ ୮୮୭ ଓ ସ୍ଥାନୀୟ ଅଞ୍ଚଳରୁ ୪୩୩ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୦୧୩କୁ ବୃଦ୍ଧି ପାଇଛି। ଗଞ୍ଜାମରୁ ସର୍ବାଧିକ ୫୬୦ ଓ ଖୋର୍ଦ୍ଧାରୁ ୧୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀ ଓ ଗଜପତି ଜିଲ୍ଲାରୁ ୯୦ ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର