ଭୁବନେଶ୍ୱରରୁ ଚିହ୍ନଟ ହେଲେ ୧,୧୧୮ ଜଣ କରୋନା ପଜିଟିଭ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରୁ  ୧,୧୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୯୩୩ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି । ସେପଟେ ଆଜି ୬୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କଳ୍ପନାଛକ, ଜାଗମରା, ଡମଣା, ବମିଖାଲ, ମଞ୍ଚେଶ୍ୱର, ରସୁଲଗଡ, ସହିଦ ନଗର, ସତ୍ୟନଗର, ଖଣ୍ଡଗିରି ଆଦି ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ମଧ୍ୟ କଟକଣାକୁ କଡାକଡି କରିଛନ୍ତି ।

ଏହାସହ ଭୁବନେଶ୍ୱରରେ ମୋଟ   ଆକ୍ରାନ୍ତ ସଂଖ୍ୟା ୫୦,୪୪୮ରେ ପହଞ୍ଚିଛି । ସେହିପରି ଏଯାବତ ୪୦,୨୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଯାଏଁ ଆହୁରି ୯୮୬୧ଟି ସକ୍ରିୟ ମାମଲା ରହିଛି । ଏହି ସଂଖ୍ୟାକୁ ଦେଖିଲେ ଜଣାପଡୁଛି ଭୁବନେଶ୍ୱରରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

 

ସମ୍ବନ୍ଧିତ ଖବର