ବ୍ୟାଙ୍କ ଅଫ୍ ବରୋଦାର ୧୧୫ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ବ୍ୟାଙ୍କ ଅଫ୍ ବରୋଦାର ୧୧୫ତମ ପ୍ରତିଷ୍ଠା ଦିବସ ଓଡ଼ିଶା ଗୃହ ନିର୍ମାଣ ଭବନ କମ୍ପ୍ଲେକ୍ସ ପରିସରରେ ପାଳିତ ହୋଇଯାଇଛି। ଓଡ଼ିଶା ଗୃହ ନିର୍ମାଣ ଭବନ କମ୍ପ୍ଲେକ୍ସ ଶାଖାର ମୁଖ୍ୟ ବାବାଜୀ ଚରଣ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ସାହାଣୀ ଯୋଗ ଦେଇଥିଲେ।

ବ୍ୟାଙ୍କ ପକ୍ଷରୁ ଶାଖାର ଶ୍ରେଷ୍ଠ ଗ୍ରାହକ ନିଶାକର ସ୍ବାଇଁ, ସଞ୍ଜୟ କୁମାର ମହରାଜ ଓ ପୀୟୂଷଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ଏମବିଏସ୍ ପବ୍ଲିକ୍ ସ୍କୁଲକୁ ୩୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇ ଥିବା ବେଳେ ନିଶାକର ସ୍ବାଇଁ ସ୍ବଇଚ୍ଛାରେ ଆଉ ୩୦ ହଜାର ଟଙ୍କା ପ୍ରଦାନ କରିଥିଲେ। ବ୍ୟାଙ୍କ୍ ଅଧିକାରୀ ପୁଣ୍ୟଶ୍ଳୋକ ମହାପାତ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର