ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଭାଗର ୧୦ ଜଣ କର୍ମଚାରୀଙ୍କ ସମେତ ଭୁବନେଶ୍ୱରରୁ ଆଜି ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୭୧ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୭ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ୧୦ ଜଣ କରୋନା ପଜିଟିଭଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ବେଳେ ୮ ଜଣ ପୁରୁଷ।
ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଏପର୍ଯ୍ୟନ୍ତ ୩୪୭୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୧୫୧ ଜଣ ସୁସ୍ଥ ହୋଇଥିବା ବେଳେ ୧୩୦୧ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। କିନ୍ତୁ ୧୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
/sambad/media/post_attachments/wp-content/uploads/2020/08/EevCiNbUEAAAfDe-1003x1024.jpg)
ବିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କଳିଙ୍ଗ ଷ୍ଟାଡିୟମ ନିକଟ ରିଜର୍ଭ କଲୋନିରୁ ୭ ଜଣ ପୁରୁଷ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କର ବୟସ ୩୦ରୁ ୫୩ ବର୍ଷ। ସେହିପରି ନୟାପଲ୍ଲୀ ନୂଆସାହିରୁ ୫ ଜଣ ପୁରୁଷ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ପୂର୍ବରୁ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ।
/sambad/media/post_attachments/wp-content/uploads/2020/08/EevCkJFU4AAccq--1003x1024.jpg)
ଆଜି ସୂର୍ଯ୍ୟନଗରରୁ ୪ ଜଣ, ୟୁନିଟ-୧ରୁ ୩ ଜଣ, ଗଜପତି ନଗର, ଭୀମପୁର, ରସୁଲଗଡ଼, କଳିଙ୍ଗବିହାର, ପୋଖରିପୁଟରୁ ୨ ଜଣ ଲେଖାଏଁ, ଚକେଇସିଆଣୀ, ପୁରୁଣା ଭୁବନେଶ୍ୱର, ପୁରୁଣା ଭୁବନେଶ୍ୱର ଗୋସାଗରେଶ୍ୱର, ଗଡ଼ମହାବୀର ଲେନ, ରସୁଲଗଡ଼ ଗୁଡ଼ିଆ ସାହି, ବରମୁଣ୍ଡା ଜଗନ୍ନାଥ ନଗର, ଜୟଦେବ ବିହାର, ଖଣ୍ଡଗିରି ବାଡ଼ି, ସହିଦ ନଗର (ବିଶାଖାପାଟଣା ଫେରନ୍ତା), ୟୁନିଟ-୯, ଜଗମରା, ଲକ୍ଷ୍ମୀସାଗର, ସହିଦନଗର, ୟୁନିଟ-୪, ଶୈଳଶ୍ରୀ ବିହାର, ଗଙ୍ଗନଗର, ପାହଳ, ସୁନ୍ଦରପଦା ଓ ଜଗମାରା (ଆଇଟିଆର କଲେଜକୁ ଯାଇଥିଲେ)ରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପିର ୩ ଜଣ ପୁଲିସ କର୍ମୀ ଓ ଜଣେ ଘରୋଇ ହସ୍ପିଟାଲର ମହିଳା କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/118-corona-found-from-bbsr_Thumb.jpg)