ଭୁବନେଶ୍ୱରରୁ ୧୧୮ କରୋନା ପଜିଟିଭ, ସ୍ଥାନୀୟ ସଂକ୍ରମଣ ୪୯ ଜଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୧୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୬୯ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୯ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଏପର୍ଯ୍ୟନ୍ତ ୨୯୭୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୬୯୧ ଜଣ ସୁସ୍ଥ ହୋଇଥିବା ବେଳେ ୧୨୬୮ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। କିନ୍ତୁ ୧୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏକ ଘରୋଇ ହସ୍‌ପିଟାଲରୁ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବିମାନ ବନ୍ଦର ନିକଟ ପଲାସପଲ୍ଲୀରୁ ଗୋଟିଏ ପରିବାରରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ପଣ୍ଡରାରୁ ୩ ଜଣ ଓ ୩ ଜଣ ପୁଲିସ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି।

ଡୁମଡୁମା, ଭୋଇ ନଗର, ନ୍ୟୁ ଫରେଷ୍ଟ ପାର୍କ, ପଳାଶୁଣୀ, ପୁରୁଣା ଭୁବନେଶ୍ୱର, ମା’ ତାରିଣୀ ବସ୍ତି, ଏକ ଘରୋଇ ହସ୍‌ପିଟାଲ, ଶୈଳଶ୍ରୀ ବିହାର, ବଡ଼ଗଡ଼, ଆଇଗଣିଆ, ୭ମ ବାଟାଲିଅନରୁ ୨ ଜଣ ଲେଖାଏଁ, ବୁଦ୍ଧେଶ୍ୱରୀ କଲୋନି, ଡମଣା, ଝାରପଡ଼ା, ଏକ ଘରୋଇ କଂପାନି, ଅଶୋକ ନଗର, ନୟାପଲ୍ଲୀ ବ୍ରିଟ କଲୋନି, ନହରକଣ୍ଟା, ବରମୁଣ୍ଡା କଲୋନି, ଲକ୍ଷ୍ମୀସାଗର, ରସୁଲଗଡ଼, ଓମଫେଡ ଛକ, ୟୁନିଟ-୮, ରିଜର୍ଭ ପୁଲିସ କଲୋନିରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର