ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ଓଡ଼ିଶାରେ କଂପାନିର ପୂର୍ବତନ ଅଧ୍ୟକ୍ଷ ଭାରତ ରତ୍ନ ଜେଆର୍ଡି ଟାଟାଙ୍କ ୧୧୯ତମ ଜୟନ୍ତୀ ପାଳିତ ହୋଇଯାଇଛି। ଟାଟା ଷ୍ଟିଲ୍ ଓ ଏହାର ଗ୍ରୁପ୍ କଂପାନିର କାରଖାନା, ଖଣି ଓ କାର୍ଯ୍ୟାଳୟଗୁଡ଼ିକରେ ଏହି ଦୂରଦ୍ରଷ୍ଟାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପଡ଼ିଆରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ଏକ କ୍ରସ୍ କଣ୍ଟ୍ରି ଦୌଡ଼ ଆୟୋଜନ କରାଯାଇଥିଲା। ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡା ଏଥିରେ ଅତିଥି ଭାବେ ଯୋଗଦେଇଥିଲେ।
କଂପାନିର ଭୁବନେଶ୍ୱର କାର୍ଯ୍ୟାଳୟରେ ଟାଟା ଷ୍ଟିଲ୍ର ଚିଫ୍ ରେସିଡେଣ୍ଟ୍ ଏକ୍ଜିକ୍ୟୁଟିଭ୍ ଦେବାଶିଷ ଜେନା ଓ ଅନ୍ୟ ଅଧିକାରୀମାନେ ଜେଆରଡି ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ନାଭାଲ ଟାଟା ହକି ହାଇପରଫରମାନ୍ସ ସେଣ୍ଟର (ଏଚ୍ପିସି)ରେ ପ୍ରକଳ୍ପ ନିର୍ଦ୍ଦେଶକ ରାଜୀବ ସେଠ୍, ଟାଟା ଷ୍ଟିଲ୍ ଚିଫ୍ ରେସିଡେଣ୍ଟ ଏକ୍ଜିକ୍ୟୁଟିଭ୍ ଦେବାଶିଷ ଜେନା, ଏଚ୍ପିସିର କ୍ୟାଡେଟ୍ ଓ ଷ୍ଟାଫ୍ଙ୍କ ସମେତ ହକି ନିର୍ଦ୍ଦେଶକ ଓ ହକି ଇଣ୍ଡିଆର ପୂର୍ବତନ ଏଚ୍ପିସି ମ୍ୟାନେଜର ଡେଭିଡ୍ ଜନ୍ ଓ ଅଗ୍ରଣୀ ଡ୍ରାଗ୍ ଫ୍ଲିକର୍ ରୁପିନ୍ଦର ପାଲ୍ ସିଂହ ଏହି ଦୂରଦୃଷ୍ଟି ସମ୍ପନ୍ନ ଶିଳ୍ପୋଦ୍ୟୋଗୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏଥିସହିତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଏହି ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।