ନନ୍ଦନକାନନ ପ୍ରାଣୀଉଦ୍ୟାନ, ୩ ଦିନରେ ୧୨ ମୃତ

ବାରଙ୍ଗ: ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଶନିଦଶା ପଡ଼ିଛି। ମାତ୍ର ୩ ଦିନ ମଧ୍ୟରେ ପ୍ରାଣୀ ଉଦ୍ୟାନର ୧୨ ଜୀବଜନ୍ତୁ ପ୍ରାଣ ହରାଇ ସାରିଲେଣି। ବୁଧବାର କଲରାପତରିଆ ବାଘ ସୂରଜ, ୪ଟି ଚିତ୍ରାହରିଣ, ଗୋଟିଏ କୁଜି ହରିଣର ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ୨ଟି ଚିତ୍ରା ହରିଣ ଓ ଗୋଟିଏ କୁଜି ହରିଣ ଓ ଶୁକ୍ରବାର ୩ଟି ଚିତ୍ରା ହରିଣଙ୍କୁ ମିଶାଇ ମୋଟ ୧୨ଟି ପ୍ରାଣୀଙ୍କର ପ୍ରାଣହାନି ହୋଇଛି। ଗତ ୧୩ ତାରିଖରେ ୨ଟି ଚିତ୍ରା ହରିଣ ଓ ୨ଟି କୁଜି ହରିଣଙ୍କୁ ମିଶାଇ ମୋଟ ୪ଟିଙ୍କର ବଜବଜିଆ ଓ ସହାଣା ମିଶ୍ରିତ ସଂକ୍ରମଣରେ ମୃତ୍ୟୁ ହୋଇଥିଲା। ଏବେ ପୁଣି ୧୨ ଜୀବଜନ୍ତୁଙ୍କ ମୃତ୍ୟୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି। ତେବେ ବିଲୁଆ ଖୁଆଡ଼ରେ ଜନ୍ମିତ ୭ ବିଲୁଆ ଛୁଆ ଓ କଟାସ ଖୁଆଡ଼ରେ ଜନ୍ମିତ ୨ଟି ଛୁଆଙ୍କୁ ମିଶାଇ ମୋଟ ୯ ଛୁଆଙ୍କ ଜନ୍ମ ସାମାନ୍ୟ ଆଶ୍ବସ୍ତି ଆଣି ଦେଇଛି।

ସମ୍ବନ୍ଧିତ ଖବର