ଭୁବନେଶ୍ବର: ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ପ୍ରିଲ୍ୟୁଡ୍ ପକ୍ଷରୁ ଆଜି ମାଷ୍ଟର କ୍ୟାଣ୍ଟିନସ୍ଥିତ ବୋକା କାଫେ ପରିସରରେ ୧୨ ଘଣ୍ଟିଆ ସଙ୍ଗୀତ ସମାରୋହ ‘ମ୍ୟୁଜିକ୍ ଆଣ୍ଡ୍ ମୋର୍’ ଅନୁଷ୍ଠିତ ହୋଇଯାଇଛି। ଫନି ସମୟରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ଦୁଃସାହସିକତା ପ୍ରଦର୍ଶନ କରିଥିବା ଦାୟିତ୍ବସମ୍ପନ୍ନ ଜନସାଧାରଣ ଓ ସଂସ୍ଥାମାନଙ୍କ କାହାଣୀକୁ ଏହି ଅବସରରେ ସଙ୍ଗୀତ ମାଧ୍ୟମରେ ପରିପ୍ରକାଶ କରାଯାଇଥିଲା। ସମାରୋହକୁ ସୁପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ଅଭିନେତା କୁନା ତ୍ରିପାଠୀ ଉଦ୍ଘାଟନ କରିଥିଲେ। ଅଭିନେତ୍ରୀ ଡଲି ଜେନା, ବକୁଲ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ ମହାପାତ୍ର ଓ ପ୍ରିଲ୍ୟୁଡ୍ ନୋଭେଲ ଭେଞ୍ଚର୍ର ପ୍ରତିଷ୍ଠାତା ସତ୍ୟବ୍ରତ ସାନୁ ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କଣ୍ଠଶିଳ୍ପୀ ସୋନମ୍ ମହାପାତ୍ର, ବିଷ୍ଣୁମୋହନ କବି, ସତ୍ୟଜିତ ପ୍ରଧାନ, ନିଶି ସ୍ବାସ୍ତିକ, ଅଭିଷେକ, ସୁସ୍ମିତା ବାଗ୍ ଓ ଦୁର୍ଗା, ଗୀତାର ବାଦକ ଅବିନାଶ ତ୍ରିପାଠୀ ପ୍ରମୁଖ ସମାରୋହରେ ନିଜର ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp