ଭୁବନେଶ୍ୱର: ଇଣ୍ଡିଆନ୍ ଡ୍ୟାନ୍ସ ଏକାଡେମି ଓ ଏସିଆନ୍ ଡ୍ୟାନ୍ସ ସୋସାଇଟି ତରଫରୁ ଭଞ୍ଜକଳା ମଣ୍ଡପରେ ଆୟୋଜିତ ହୋଇଥିବା ‘ଭାରତୀୟ କଳାଶ୍ରୀ ସମ୍ମାନ’ର ଆଜି ଥିଲା ଶେଷ ସଂଧ୍ୟା। ଏଥିରେ କଥକ ନୃତ୍ୟଗୁରୁ ସନ୍ଦୀପ ବୋଷ, ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର ଓ କୁଚିପୁଡ଼ି ନୃତ୍ୟଗୁରୁ ଆଲମନ୍ଦ ପ୍ରସାଦ ମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ। ଦେଶର ବିଭିନ୍ନ ସ୍ଥାନରୁ ଜଣାଶୁଣା ନୃତ୍ୟଶିଳ୍ପୀ ଯୋଗଦେଇ ସେମାନଙ୍କ ନୃତ୍ୟକଳାରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହେଇଥିଲେ। ଆଜିର କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଶ୍ରୀ ଟିଭିର ଅଧ୍ୟକ୍ଷ ସୁବ୍ରତ ଜେନା, ମନୋଜ କୁମାର ବେହେରା, ସୁଜାତା ମହାପାତ୍ର ଓ ନବକିଶୋର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ‘ଭାରତୀୟ କଳାଶ୍ରୀ କମଳ ୨୦୧୮ ସମ୍ମାନ’ରେ ୧୨ଜଣଙ୍କୁ ସମ୍ମାନିତ କରାଯାଇଥିଲା। ମନମୋହନ ଶର୍ମାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କୃଷ୍ଣଚନ୍ଦ୍ର ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ।
୧୨ ଜଣ ପାଇଲେ ‘ଭାରତୀୟ କଳାଶ୍ରୀ କମଳ ୨୦୧୮’ ସମ୍ମାନ
/sambad/media/post_attachments/wp-content/uploads/2018/08/m4-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)