୧୨ ଜଣ ପାଇଲେ ‘ଭାରତୀୟ କଳାଶ୍ରୀ କମଳ ୨୦୧୮’ ସମ୍ମାନ

ଭୁବନେଶ୍ୱର: ଇଣ୍ଡିଆନ୍‌ ଡ୍ୟାନ୍ସ ଏକାଡେମି ଓ ଏସିଆନ୍‌ ଡ୍ୟାନ୍ସ ସୋସାଇଟି ତରଫରୁ ଭଞ୍ଜକଳା ମଣ୍ଡପରେ ଆୟୋଜିତ ହୋଇଥିବା ‘ଭାରତୀୟ କଳାଶ୍ରୀ ସମ୍ମାନ’ର ଆଜି ଥିଲା ଶେଷ ସଂଧ୍ୟା। ଏଥିରେ କଥକ ନୃତ୍ୟଗୁରୁ ସନ୍ଦୀପ ବୋଷ, ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର ଓ କୁଚିପୁଡ଼ି ନୃତ୍ୟଗୁରୁ ଆଲମନ୍ଦ ପ୍ରସାଦ ମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ। ଦେଶର ବିଭିନ୍ନ ସ୍ଥାନରୁ ଜଣାଶୁଣା ନୃତ୍ୟଶିଳ୍ପୀ ଯୋଗଦେଇ ସେମାନଙ୍କ ନୃତ୍ୟକଳାରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହେଇଥିଲେ। ଆଜିର କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଶ୍ରୀ ଟିଭିର ଅଧ୍ୟକ୍ଷ ସୁବ୍ରତ ଜେନା, ମନୋଜ କୁମାର ବେହେରା, ସୁଜାତା ମହାପାତ୍ର ଓ ନବକିଶୋର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ‘ଭାରତୀୟ କଳାଶ୍ରୀ କମଳ ୨୦୧୮ ସମ୍ମାନ’ରେ ୧୨ଜଣଙ୍କୁ ସମ୍ମାନିତ କରାଯାଇଥିଲା। ମନମୋହନ ଶର୍ମାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କୃଷ୍ଣଚନ୍ଦ୍ର ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର