ଅଶୋକ ବାଟିକାରେ ‘ସମ୍ବାଦ ସାହିତ୍ୟ ଘର’ ପକ୍ଷରୁ ବୃକ୍ଷରୋପଣ

ଭୁବନେଶ୍ୱର: ଅଗଷ୍ଟ ୯ କ୍ରାନ୍ତି ଦିବସରେ ସହିଦମାନଙ୍କୁ ସ୍ମରଣ କରି ଅଭିନବ ଭାବେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଏହି ଅବସରରେ ସହିଦମାନଙ୍କ ସ୍ମରଣରେ ‘ସମ୍ବାଦ ସାହିତ୍ୟ ଘର’ ପକ୍ଷରୁ ଗ୍ରିନ୍ ୱାର୍ଲଡ ଟ୍ରଷ୍ଟ ସହଯୋଗରେ ଗଣ୍ଡମୁଣ୍ଡା ଅଶୋକ ବାଟିକାଠାରେ ୧୨୦ଟି ବୃକ୍ଷରୋପଣ କରାଯାଇଥିଲା।

ସମ୍ବାଦ ସାମ୍ବାଦିକ ଲିଙ୍ଗରାଜ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଗ୍ରିନ୍ ୱାର୍ଲଡ୍ ଟ୍ରଷ୍ଟର ଅଧ୍ୟକ୍ଷ ନୃପେଶ କୁମାର ନାୟକ, ପୂର୍ବତନ କର୍ପୋରେଟର ହୃଦୟ ବଲ୍ଲଭ ସାମନ୍ତରାୟ, ସୌଭାଗ୍ୟ ଦାସ, ଏସ୍ ଶ୍ରୀନିବାସ, କୁନା ନାୟକ ଓ ସ୍ଥାନୀୟ ଲୋକେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର