ଭୁବନେଶ୍ବର : କଟକ ଫ୍ଲାଇଂ ସ୍କ୍ବାଡ୍ ଓ ଭୁବନେଶ୍ବର ୟୁନିଟ୍ ଆଜି ମିଳିତ ଭାବେ ସାଲିଆସାହି, ଜୟଦେବବିହାର ବସ୍ତି ଓ କେଶୁରା ଗାଁରେ ଚଢ଼ଉ କରି ପ୍ରାୟ ୧୨ଶହ ଲିଟର ଦେଶୀ ମଦ ଜବତ କରିବା ସହ ୨୨ ହଜାର ଲିଟର ପୋଚ ନଷ୍ଟ କରିଛି। ଏହା ସହିତ ଦେଶୀମଦ ତିଆରି ହେଉଥିବା ଭାଟିକୁ ଭାଙ୍ଗିବା ସହ ଘଟଣାସ୍ଥଳରୁ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି, ସାଲିଆସାହିର ପ୍ରମୋଦ ନାୟକ, ବିଜୟ ମାରାଣ୍ଡି, ଦୁର୍ଗା ହେମ୍ରମ୍, ବନ୍ଧୁ ମାହାଲି, ମଦନ ମାହାଲି, କେଶୁରାର ଜିତେନ୍ଦ୍ର ସାହୁ ଓ କାର୍ତିକ ହାଁସ୍ଦା।
ମିିଳିଥିବା ସୂଚନା ମୁତାବକ, ଭୁବନେଶ୍ବର ଅବକାରୀ ବିଭାଗ, ଫ୍ଲାଇଂ ସ୍କ୍ବାଡ୍ ଓ ଅବକାରୀ ଗୁଇନ୍ଦା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବସ୍ତିର ବିଭିନ୍ନ ଦେଶୀ ମଦ ଭାଟି ଉପରେ ଚଢ଼ଉ କରିଥିଲେ। ଚଢ଼ଉ କରି ୭ଜଣ ମଦ ବେପାରୀଙ୍କୁ ଗିରଫ କରିଥିବା ବେଳେ ଦୁଇଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/mada.jpg)