୧୨୪ତମ ଶ୍ରୀଜଗନ୍ନାଥ କଥାମୃତ ଅନୁଷ୍ଠିତ

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଆଜି ଆଇଆର୍‌ସି ଭିଲେଜ୍‌ସ୍ଥିତ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ୧୨୪ତମ ଶ୍ରୀଜଗନ୍ନାଥ କଥାମୃତ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ଦାଶରଥୀ ସାମନ୍ତରାୟ ପ୍ରବଚନ ଦେଇ କହିଲେ, ଶ୍ରୀଜଗନ୍ନାଥ ପୁରୁଷୋତ୍ତମ। ସେ ସ୍ୱୟଂ ସ୍ଥୁଳ, ସୂକ୍ଷ୍ମ ଓ ବ୍ରହ୍ମ ଶରୀର। ପୁରୁଷଙ୍କ ଭିତରେ ଉତ୍ତମ। ବେଦ, ଗୀତା, ଉପନିଷଦରେ ତାହା ପ୍ରତିପାଦିତ ହୋଇଛି। କିନ୍ତୁ ଆଜିକାଲି ବହୁ ବକ୍ତା ସ୍କନ୍ଦ ପୁରାଣକୁ ଆଧାର ନକରି ପରିକଳ୍ପିତ କଥା କହୁଛନ୍ତି। ଯାହା କି ଶାସ୍ତ୍ରୀୟ ସମ୍ମତ ନୁହେଁ ବୋଲି ସେ କହିଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ସଭାପତି ଗୋପୀନାଥ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଶାନ୍ତ ବେହେରା, ନାରାୟଣ ରଥ, ଦିଲ୍ଲୀପ ମହାନ୍ତି, ଦାମୋଦର ସେନାପତି ପ୍ରମୁଖ ଭଜନ ପରିବେଷଣ କରିଥିଲେ। ଶେଷରେ ସମ୍ପାଦକ ଦେବେନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର