୨୮ ଦିନରେ ୧୨୫୦ ଡେଙ୍ଗୁ ଆକ୍ରାନ୍ତ

ଭୁବନେଶ୍ବର: ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଚଳିତ ମାସ ୨୮ ଦିନରେ ୧୨୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୮ ତାରିଖ ସୁଦ୍ଧା ବା ୧୮ ଦିନରେ ୯୩୫ ଜଣ ଚିହ୍ନଟ ହୋଇଥିଲେ। ଏଣୁ ବିଏମ୍‌ସି ତତ୍ପର ହେବା ସହ ମଶାଙ୍କ ଉତ୍ପତ୍ତିସ୍ଥଳ ନଷ୍ଟ କରିବା କାର୍ଯ୍ୟକ୍ରମ ଜୋର୍‌ଦାର କରିଥିଲା। ସେଥିପାଇଁ ସହରାଞ୍ଚଳରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ରହିଥିବା ବେଳେ ଗ୍ରାମାଞ୍ଚଳରେ ବଢ଼ୁଥିବା ଜଣାପଡ଼ିଛି। ଆଜି ଏକ ଆଭାସୀ ବୈଠକରେ କମିସନର ବିଜୟ ଅମୃତା କୁଲାଙ୍ଗେ ଡେଙ୍ଗୁ ସ୍ଥିତିର ସମୀକ୍ଷା କରିଛନ୍ତି। ଡ୍ରାଏ ଡେ, ବ୍ୟାବସାୟିକ ପ୍ରତିଷ୍ଠାନର ୫ମିଟର ପର୍ଯ୍ୟନ୍ତ ସଫା ରଖିବା ଓ ପରିମଳ ବ୍ୟବସ୍ଥାରେ ସୁଧାର ପାଇଁ ଉଦ୍ୟମ ଜାରି ରହିଥିବାରୁ ସ୍ଥିତିରେ ଆହୁରି ସୁଧାର ଆସିବ ବୋଲି କମିସନର କହିଥିଲେ। ଗତ ୨୪ଘଣ୍ଟା ମଧ୍ୟ‌ରେ ସହରାଞ୍ଚଳରୁ ମାତ୍ର ୩୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମ୍‌ସି ସୂଚନା ଦେଇଛି।

ସମ୍ବନ୍ଧିତ ଖବର