ଭୁବନେଶ୍ୱରରୁ ପୁଣି ୧୨୬ କରୋନା ପଜିଟିଭ ଚିହ୍ନଟ, ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧୪୬୯

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୧୨୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୯୩ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଗତ ମାର୍ଚ୍ଚ ୧୫ ତାରିଖରେ ବିଦେଶ ଫେରନ୍ତା ଜଣେ ଯୁବକ ପ୍ରଥମ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଥିଲେ। ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ୧୪୬୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୮୦୫ ଜଣ ସୁସ୍ଥ ହୋଇଥିବା ବେଳେ ୬୫୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କିନ୍ତୁ ଦୁଃଖର କଥା ହେଲା ଯେ, ୧୧ ଜଣଙ୍କର ମୃତ୍ୟୁ ହୋଇଛି।

ମଂଚେଶ୍ୱରସ୍ଥିତ ଏକ ଅଟାକଳରୁ ୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ପୂର୍ବରୁ କରୋନା ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କର ସଂସ୍ପର୍ଶରେ ଆସିଥିଲେ। ଚନ୍ଦ୍ରଶେଖରପୁରସ୍ଥିତ ୭ମ ବାଟାଲିଅନରୁ ୯ ଜଣ, ୟୁନିଟ-୨ର ଏମ୍‌ଜି ରୋଡ଼ ନିକଟରୁ ୫ ଜଣ ମହିଳାଙ୍କ ସମେତ ୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ରସୁଲଗଡ଼ର ଓସିସି କଲୋନିରୁ ଜଣେ ମହିଳାଙ୍କ ସମେତ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୟାପଲ୍ଲୀ ନୂଆସାହିରୁ ଜଣେ ୫୦ ବର୍ଷୀୟ ମହିଳା, ଲକ୍ଷ୍ମୀବିହାରରୁ ଜରେ ୨୦ ବର୍ଷୀୟ ମହିଳା, ୟୁନିଟ-୮ସ୍ଥିତ ଡିଏଭି ସ୍କୁଲ ନିକଟରୁ ଜଣେ ୩୯ ବର୍ଷିଅ ପୁରୁଷ, ପାତ୍ରପଡ଼ାରୁ ଜଣେ ୩୦ ବର୍ଷିଅ ଯୁବକ, ଗଜପତି ନଗରରୁ ଜଣେ ୨୬ ବର୍ଷିଅ ଯୁବକ, ରାଜମହଲ ଛକ ନିକଟରୁ ନିର୍ମାଣାଧୀନ ଏକ କମ୍ପାନିରୁ ୨୮ ବର୍ଷିଅ ଜଣେ ପୁରୁଷ, ରିଜର୍ଭ ପୁଲିସ କଲୋନିରୁ ୩ ଜଣ ପୁରୁଷ (୨୫, ୩୮ ଓ ୩୦ ବର୍ଷ), ଏକ ଘରୋଇ ହସ୍‌ପିଟାଲରୁ ୪ ଜଣ ପୁରୁଷ (୨୦, ୩୨ ବର୍ଷିଅ ୨ଜଣ ଓ ୨୯ ବର୍ଷ) କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ପୂର୍ବରୁ ଚିହ୍ନଟ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ।

ସେହିପରି ଏକ ସରକାରୀ ହସ୍‌ପିଟାଲର ୬୨ ବର୍ଷିଅ ପୁରଷ, ଶୈଳଶ୍ରୀ ବିହାରରୁ ଜଣେ ୪୯ ବର୍ଷିଅ ପୁରୁଷ, ଝାରପଡ଼ାରୁ ଜଣେ ୩୪ ବର୍ଷିଅ ଯୁବକ, କେଳଥିଆରୁ ଜଣେ ୧୭ ବର୍ଷିଅ ବାଳକ, ସୁନ୍ଦରପଦାରୁ ଜଣେ ୧୧ ବର୍ଷିଅ ବାଳକ, ପଳାଶୁଣୀରୁ ଜଣେ ୨୫ ବର୍ଷୀୟ ମହିଳା, ଗଙ୍ଗନଗର ବାଳକ ହାଇସ୍କୁଲ ନିକଟରୁ ୨ ଜଣ ପୁରୁଷ (୩୦ ଓ ୨୪ ବର୍ଷ), ବଡ଼ଗଡ଼ରୁ ଜଣେ ୧୭ ବର୍ଷିର ବାଳକ, ଏନ୍‌-୬ ନୟାପଲ୍ଲୀରୁ ୨ ଜଣ ପୁରୁଷ (୨୧ ଓ ୨୮ ବର୍ଷ), ଡୁମଡୁମାରୁ ଜଣେ ୫୪ ବର୍ଷିଅ ପୁରୁଷ, ବ୍ରହ୍ମେଶ୍ୱର ପାଟଣାରୁ ଜଣେ ୪୨ ବର୍ଷିଅ ପୁରୁଷ, ୟୁନିଟ-୬ସ୍ଥିତ ଭୁବନେଶ୍ୱର କ୍ଲବ ନିକଟରୁ ଜଣେ ୪୬ ବର୍ଷିଅ ପୁରୁଷ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ କରୋନା ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ।

ସାମନ୍ତରାପୁରରୁ ଜଣେ ୫୦ ବର୍ଷିଅ ପୁରୁଷ, ଏକ ଘରୋଇ ହସ୍‌ପିଟାଲରୁ ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳା କର୍ମଚାରୀ (୩୦ ଓ ୩୮ ବର୍ଷ), ଏକ ଘରୋଇ ହସ୍‌ପିଟାଲର ୨ ଜଣ ମହିଳା କର୍ମଚାରୀ (୨୪ ଓ ୨୦ ବର୍ଷ), ଏକ ଘରୋଇ ହସ୍‌ପିଟାଲରୁ ୨୯ ବର୍ଷିଅ ମହିଳା କର୍ମଚାରୀ, ୟୁନିଟ-୪ ମାଛ ମାର୍କେଟ ନିକଟରୁ ଜଣେ ୨୯ ବର୍ଷୀୟ ମହିଳା, ପଣ୍ଡରାରୁ ଜଣେ ୩୦ ବର୍ଷିଅ ଯୁବକ, ଅନ୍ୟ ଜିଲ୍ଲାରୁ ଆସିଥିବା ଜଣେ ୭୦ ବର୍ଷୀୟ ବୃଦ୍ଧା ଓ ୮୦ ବର୍ଷିଅ ବୃଦ୍ଧ ଓ ଚନ୍ଦ୍ରଶେଖରପୁର ଏଚବି କଲୋନିର ଜଣେ ୫୦ ବର୍ଷିଅ ପୁରୁଷ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ କରୋନା ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ।

ଆଜି ରାଜଧାନୀରୁ ୩୩ ଜଣ ଲୋକାଲ କରୋନା କେସ ଚିହ୍ନଟ ହୋଇଛି। ପଟିଆସ୍ଥିତ ଏକ ଘରୋଇ ହସ୍‌ପିଟାଲର ଜଣେ ୩୪ ବର୍ଷିଅ ଯୁବକ, ୟୁନିଟ-୯ ଗ୍ରୀଡ଼କୋ କଲୋନିର ଜଣେ ୨୫ ବର୍ଷିଅ ଯୁବକ, କେନ୍ଦ୍ର ସରକାରଙ୍କ ହସ୍‌ପିଟାଲର ଜଣେ ୨୫ ବର୍ଷିଅ ସୁରକ୍ଷା କର୍ମୀ, ଅଶୋକ ନଗର ପିଏଚଡି କଲୋନିର ଜଣେ ୪୭ ବର୍ଷିଅ ପୁରୁଷ, ଏନ-୬ ଆଇଆରସି ଭିଲେଜର ଜଣେ ୪୧ ବର୍ଷିଅ ପୁରୁଷ, ୟୁନିଟ-୨ର ଜଣେ ୫୯ ବର୍ଷିଅ ପୁରୁଷ, ରବି ଟକିଜ ନିକଟରୁ ଜଣେ ୨୧ ବର୍ଷିଅ ଯୁବତୀ, ଫରେଷ୍ଟ ପାର୍କ ଅଚଂଳରୁ ଜଣେ ୩୬ ବର୍ଷିଅ ଯୁବତୀ, କସ୍ତୁରବା ନାରୀ ମହଲ ନିକଟରୁ ୨ ଜଣ (୪୫ ବର୍ଷିଅ ପୁରୁଷ ଓ ୪୦ ବର୍ଷୀୟ ମହିଳା), ୟୁନିଟ-୪ ଏମଏଲଏ କଲୋନିରୁ ୨ ଜଣ (୪୮ ବର୍ଷ ପୁରୁଷ, ୩୮ ବର୍ଷର ମହିଳା, ଏକ ହଟସ୍ପଟ ଜିଲ୍ଲାକୁ ଯାଇଥିଲେ), ଭରତପୁର ନାକା ଗେଟରୁ ଜଣେ ୩୦ ବର୍ଷୀୟ ମହିଳା, ୟୁନିଟ-୮ ଗୋପବନ୍ଧୁନଗରରୁ ଜଣେ ୩୦ ବର୍ଷ ମହିଳା, ଏନ-୫ ଆଇଆରସି ଭିଜେଲରୁ ଜଣେ ୩୨ ବର୍ଷିଅ ପୁରୁଷ, ଲିଙ୍ଗରାଜ ବିହାର ପୋଖରିପୁଟରୁ ଜଣେ ୩୬ ବର୍ଷିଅ ପୁରୁଷ, ବୁଦ୍ଧେଶ୍ୱରୀ କଲୋନିରୁ ଜଣେ ୪୬ ବର୍ଷିଅ ପୁରୁଷ, ୟୁନିଟ-୮ ସିବିଆଇ କଲୋନିରୁ ଜଣେ ୧୨ ବର୍ଷର ବାଳକ, ନିଳାଦ୍ରୀ ବିହାରରୁ ଜଣେ ୨୩ ବର୍ଷୀୟ ଯୁବତୀ, ତ୍ରିନାଥ ମନ୍ଦିର ନିକଟରୁ ଜଣେ ୪୨ ବର୍ଷିଅ ଯୁବକ, ସହିଦ ନଗରରୁ ଜଣେ ୨୦ ବର୍ଷିଅ ଯୁବତୀ, ଭୋଇନଗରରୁ ଜଣେ ୪୦ ବର୍ଷୀୟ ମହିଳା, ପଳାଶୁଣୀରୁ ଜଣେ ୩୬ ବର୍ଷୀୟ ମହିଳା ଓ ମଂଚେଶ୍ୱର ଶିଳ୍ପାଂଚଳରୁ ଜଣେ ୩୮ ବର୍ଷିଅ ପୁରୁଷ ଓ ୩୫ ବର୍ଷୀୟ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର