ଭୁବନେଶ୍ବର: ରାଜଧାନୀରେ ଝାଡ଼ାବାନ୍ତି, ହଇଜା ରୋକିବାକୁ ଆଜି ବରମୁଣ୍ଡା ଓ ଗଙ୍ଗନଗର ଅଞ୍ଚଳରେ ବିଏମ୍ସିର ସାଇନ୍ ଟିମ୍ ଓ ଖାଦ୍ୟ ନିରାପତ୍ତା ଟିମ୍ ମିଳିତ ଭାବେ ଚଢ଼ଉ କରିଛନ୍ତି। ଚଢ଼ଉ ସମୟରେ ଅନେକ ହୋଟେଲ, ଜଳଖିଆ ଦୋକାନରେ ବାସି ଖାଦ୍ୟ ବିକ୍ରି ହେଉଥିବା ଠାବ କରାଯାଇଛି। ଏହାକୁ ଟିମ୍ ନଷ୍ଟ କରିବା ସହ ଜରିମାନା କରିଛନ୍ତି।
ବିଏମ୍ସି ଖାଦ୍ୟ ନିରାପତ୍ତା ଅଧିକାରୀ ସତ୍ୟଜିତ ପଟେଲ୍ କହିଛନ୍ତି ଯେ ବରମୁଣ୍ଡା, ଗଙ୍ଗନଗର ଅଞ୍ଚଳରେ ଥିବା ଷ୍ଟ୍ରିଟ୍ ହୋଟେଲ୍, ଦହିବରା ଦୋକାନୀମାନଙ୍କ ଖାଦ୍ୟ ଯାଞ୍ଚ କରାଯାଇଥିଲା। ବିଶେଷ କରି ବରମୁଣ୍ଡା ବସ୍ଷ୍ଟାଣ୍ଡ ଭିତରେ ଓ ଆଖପାଖରେ କରିଥିବା ହୋଟେଲର ଖାଦ୍ୟ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ବାସି ଖାଦ୍ୟ ବିକ୍ରି କରୁଥିବା ହୋଟେଲମାନଙ୍କୁ ଜରିମାନା କରାଯାଇଛି। ଏହି ପରିପ୍ରେକ୍ଷୀରେ ୫୨କେଜି ବାସି ଖାଦ୍ୟ ନଷ୍ଟ କରାଯିବା ସହ ମୋଟ୍ ୧୨ହଜାର ୫୦୦ ଟଙ୍କା ଜରିମାନା କରାଯାଇଛି। ୪ଟି ପାଣି ନମୁନା ଓ ୯ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇ ରାଜ୍ୟ ପରୀକ୍ଷାଗାରକୁ ପଠାଯାଇଛି। ଆଗକୁ ବି ଏହି ଚଢ଼ଉ ଜାରି ରହିବ ବୋଲି ସେ କହିଛନ୍ତି। ତେବେ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ବିଭିନ୍ନ ହୋଟେଲ୍ରେ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ହୋଟେଲ୍ ସମ୍ମୁଖରେ କୁଢ଼କୁଢ଼ ଅଳି ଗଦା ହେଉଥିଲେ ମଧ୍ୟ ଏଥିପ୍ରତି କାହାର ଦୃଷ୍ଟି ପଡ଼ୁନି। ଏହାର ପରିସରରେ ପ୍ଲାଷ୍ଟିକ୍ ବର୍ଜ୍ୟ ସହିତ ବର୍ଜ୍ୟଜଳ ଜମି ରହି ସ୍ଥିତିକୁ ସଙ୍ଗିନ କରିଛି। ଏପରି ଦୁର୍ଗନ୍ଧମୟ ପରିବେଶରେ ଦଣ୍ଡେ ଅଟକି ରହିବା ଅସମ୍ଭାଳ ହୋଇପଡ଼ୁଛି। ପ୍ରତିଦିନ ଏଠାକୁ ରାଜ୍ୟର କୋଣାନୁକୋଣରୁ ହଜାର ହଜାର ଯାତ୍ରୀଙ୍କ ଯା’ଆସ ଲାଗି ରହୁଛି। ତୁରନ୍ତ ଏହି ସ୍ଥାନରୁ ଆବର୍ଜନା ହଟାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
୧୩ ପାଣି ଓ ଖାଦ୍ୟ ନମୁନା ସଂଗ୍ରହ
ରାଜଧାନୀରେ ଝାଡ଼ାବାନ୍ତି, ହଇଜା ରୋକିବାକୁ ଆଜି ବରମୁଣ୍ଡା ଓ ଗଙ୍ଗନଗର ଅଞ୍ଚଳରେ ବିଏମ୍ସିର ସାଇନ୍ ଟିମ୍ ଓ ଖାଦ୍ୟ ନିରାପତ୍ତା ଟିମ୍ ମିଳିତ ଭାବେ ଚଢ଼ଉ କରିଛନ୍ତି। ଚଢ଼ଉ ସମୟରେ ଅନେକ ହୋଟେଲ, ଜଳଖିଆ ଦୋକାନରେ ବାସି ଖାଦ୍ୟ ବିକ୍ରି ହେଉଥିବା ଠାବ କରାଯାଇଛି।
/sambad/media/media_files/2025/06/24/kzxcyuio-2025-06-24-06-17-36.jpg)