ଭୁବନେଶ୍ବର: ଜାନୁଆରି ୧୮, ୨୦୨୧। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଘୋଷଣା କଲେ ସତ୍ସଙ୍ଗ ବିହାର ନିକଟରେ ଫୁଟ୍ ଓଭରବ୍ରିଜ୍ ହେବ। ଭିଏସ୍ଏସ୍ ନଗର ଓ ସହିଦନଗର ପଟୁ ରାସ୍ତା ଅତିକ୍ରମ କରୁଥିବା ଲୋକେ ସୁବିଧାରେ ଯାତାୟତ କରିପାରିବେ। ଖର୍ଚ୍ଚ ଆକଳନ ସରିବା ସହ ଡିଜାଇନ୍ ପ୍ରସ୍ତୁତ ହୋଇଗଲା ଓ କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଥିଲା। ଅଗଷ୍ଟ ୨୫, ୨୦୨୧ରେ ପୁଣି ଜାତୀୟ ରାଜପଥ କର୍ତ୍ତୃପକ୍ଷ ଘୋଷଣା କଲେ ପଳାସୁଣି ଛକ ଓ ନୂଆପଲ୍ଲୀ କ୍ରାଉନ୍ ହୋଟେଲ ସମ୍ମୁଖରେ ଦୁଇଟି ଫୁଟ୍ ଓଭରବ୍ରିଜ୍ ନିର୍ମାଣ ହେବ।
ଘୋଷଣାରେ ସୀମିତ ଫୁଟ୍ ଓଭରବ୍ରିଜ୍
ପ୍ରଶଂସା ସାଉଁଟିବାକୁ ଆଗଭର ସାଂସଦ, ଲୋକ ମଲା ବେଳକୁ ଦେଖାନାହିଁ
ରାଜ୍ୟ ସରକାର ବି ଚୁପ୍
ଏହାର ବି ଖର୍ଚ୍ଚ ଆକଳନ ସରିଛି। ସତ୍ସଙ୍ଗ ବିହାରରେ ଯେଉଁଭଳି ଫୁଟ୍ ଓଭରବ୍ରିଜ୍ ହେବ ସେହି ଡିଜାଇନ୍ରେ ବି ଏଠାରେ ହେବ। ଜାତୀୟ ରାଜପଥ-୧୬ରେ ଏହି ତିନିଟି ଦୁର୍ଘଟଣାପ୍ରବଣ ଅଞ୍ଚଳ ହୋଇଥିବାରୁ ଏହି ୩ଟି ଫୁଟ୍ ଓଭରବ୍ରିଜ୍ ନିର୍ମାଣ ହେବ ବୋଲି ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ କହିଥିଲେ। ଘୋଷଣା ପରଠୁ ଆଜି ସୁଦ୍ଧା ଏହି ତିନି ଛକରେ ୩୦ରୁ ଅଧିକ ଲୋକଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଲାଣି। ଗତ ତିନି ମାସରେ ୧୩ ମୁଣ୍ଡ ଗଡ଼ିଲାଣି। କିନ୍ତୁ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ବେଫିକର ହୋଇ ବସିଛନ୍ତି।
ସବୁଠୁ ଦୁଃଖର ବିଷୟ ଯେ ଏହି ତିନିଟି ଫୁଟ୍ ଓଭରବ୍ରିଜ୍ ହେବା ନେଇ ଏନଏଚ୍ଏଆଇ କର୍ତ୍ତୃପକ୍ଷ ଜଣାଇବା ପୂର୍ବରୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଟୁଇଟ୍ କରି ସୂଚନା ଦେଇଥିଲେ। ନିଜେ କେବେ କେତେ ଚିଠି ଲେଖିଥିଲେ, ସଡ଼କ ପରିବହନ ମନ୍ତ୍ରୀଙ୍କୁ ଭେଟି ଜଣାଇଥିଲେ ତା’ର ଫଟୋ ବି ଛାଡ଼ିଥିଲେ। ଚାରିଆଡ଼ୁ ଅପରାଜିତାଙ୍କୁ ପ୍ରଶଂସାର ସୁଅ ଛୁଟିଥିଲା। ଖୁସିରେ ଗଦ୍ଗଦ୍ ହୋଇ ସାଂସଦ ଟିଭିରେ ବାଇଟ୍ ଦେଇଥିଲେ ତାଙ୍କ ଉଦ୍ୟମରେ କେମିତି ଏହି ପ୍ରକଳ୍ପ ହେଉଛି। ହେଲେ ଏହି ଫୁଟ୍ ଓଭରବ୍ରିଜ୍ ହେଲା କି ନାହିଁ, ସେନେଇ ଦିନଟିଏ ସମୀକ୍ଷା କଲେନି। ଏପରିକି ଯେଉଁ ମନ୍ତ୍ରୀଙ୍କୁ ଭେଟି ଫୁଟ୍ ଓଭରବ୍ରିଜ୍ କରିବାକୁ ଅନୁରୋଧ କରିଥିଲେ, ତାହାର ନିର୍ମାଣ ବିଳମ୍ବ ହେବା କାରଣକୁ ନେଇ ଥରଟିଏ ବି ଜାଣିବାକୁ ଚେଷ୍ଟା କଲେନି। ଏବେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଅକାଳରେ ଗଡ଼ି ଚାଲିଥିବାବେଳେ ସାଂସଦ ଚୁପ୍ ବସିଛନ୍ତି। ରାଜଧାନୀବାସୀଙ୍କ ସୁରକ୍ଷା ପାଇଁ ସାଂସଦ ପଦୁଟିଏ ବି ପାଟି ଫିଟାଉନାହାନ୍ତି।
/sambad/media/post_attachments/wp-content/uploads/2022/04/m8-1-300x209.jpg)
କେବଳ ଏତିକି ନୁହେଁ। ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ନିର୍ଦ୍ଦେଶ ଅନୁଯାୟୀ, ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା କମିଟି ବୈଠକ ନିୟମିତ ବସୁଛି। ହେଲେ କେବେବି ଏହି ତିନିଟି ଦୁର୍ଘଟଣାପ୍ରବଣ ଅଞ୍ଚଳ ବିଷୟରେ ଆଲୋଚନା ହେଉନି। ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ଘୋଷଣା କରିଦେଇ ବି ଫୁଟ୍ ଓଭରବ୍ରିଜ୍ କରୁନଥିଲେ ହେଁ ମୁଖ୍ୟ ସଚିବ, ପରିବହନ ସଚିବ, ପୂର୍ତ୍ତ ସଚିବଙ୍କ ପର୍ଯ୍ୟନ୍ତ ସବୁ ବରିଷ୍ଠ ଅଧିକାରୀମାନେ ଚୁପ୍ ବସିଯାଇଛନ୍ତି। ଜାତୀୟ ରାଜପଥ ଉପରେ ହେବାକୁ ଥିବା ପ୍ରକଳ୍ପ କାମ କେନ୍ଦ୍ର ସରକାର କରିବେ ବୋଲି କ’ଣ ରାଜ୍ୟ ସରକାର ଏନେଇ ସମୀକ୍ଷା କରିବେନି? ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ୁଥିବାବେଳେ କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ବୋଲି କ’ଣ ରାଜ୍ୟ ସରକାର ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିବେ? ଜରିମାନା ଗୋଟାଇବାରେ ମାତିଥିବା ଓଡ଼ିଶା ପୁଲିସ କ’ଣ ରାଜଧାନୀବାସୀ ଓ ରାଜଧାନୀକୁ ଆସିଥିବା ଲୋକଙ୍କୁ ସୁରକ୍ଷିତ ଜୀବନର ପ୍ରତିଶ୍ରୁତି ଦେଇପାରିବନି?
ଗୋଟିଏ ଗୋଟିଏ ଦୁର୍ଘଟଣାରେ ଏକାଧିକ ପରିବାର ଉଜୁଡ଼ି ଯାଉଥିବାବେଳେ ସରକାର କ’ଣ ଏହା ବୁଝିପାରୁନାହାନ୍ତି। ନିଜର ଯଦି କେହି ଏମିତି ଦୁର୍ଘଟଣାରେ ମରିଯିବେ ସେତେବେଳେ ବି କ’ଣ ଏହି ବାବୁମାନେ ଏମିତି ଚୁପ୍ ବସିଥିବେ? ସାଧାରଣ ଲୋକର ଜୀବନ କେତେ ମୂଲ୍ୟବାନ ତାହା ସାଂସଦ ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ କେବେ ବୁଝିବେ? ଦିଲ୍ଲୀରେ ବସିଥିବା ବାବୁମାନଙ୍କୁ କିଏ ବୁଝାଇବେ? ସଦାବେଳେ ପ୍ରକଳ୍ପ ଘୋଷଣାର ଶ୍ରେୟ ନେଇ ଯାଉଥିବା ନେତା ଓ ବାବୁମାନେ ଏହାର ଉପକାରିତା ଓ ମୁଣ୍ଡି ମାରିବା ଉପରେ ଧ୍ୟାନ ଦେଇଥିଲେ ଆଜି ଜାତୀୟ ରାଜପତ-୧୬ ମରଣଯନ୍ତା ପାଲଟନ୍ତା ନାହିଁ।
ସୂଚନାଯୋଗ୍ୟ ଯେ ଏହି ତିନିଟି ଫୁଟ୍ ଓଭରବ୍ରିଜ୍ ପାଇଁ ଯଥାକ୍ରମେ ୧.୨୫କୋଟି ଟଙ୍କା ଲେଖାଁଏ ଖର୍ଚ୍ଚ ଆକଳନ ଅନୁମୋଦନ ହୋଇଥିବାବେଳେ ଏସ୍ଜେଇପିଏଲ୍ ସଂସ୍ଥା ଏହି କାମ କରିବ ବୋଲି ସ୍ଥିର ହୋଇଛି। ହେଲେ ଏହି ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ଅହେତୁକ ବିଳମ୍ବ ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଲାଣି। ତୁରନ୍ତ ଫୁଟ୍ ଓଭରବ୍ରିଜ୍ ନିର୍ମାଣ କାମ ଆରମ୍ଭ ନହେଲେ ଜାତୀୟ ରାଜପଥ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓଡ଼ିଶା ମୁଖ୍ୟ ଆର୍.ପି ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ ପଳାସୁଣି ଫୁଟ୍ ଓଭରବ୍ରିଜ୍ କାମ ତୁରନ୍ତ ଆରମ୍ଭ ହେବ। ଅନ୍ୟ ଦୁଇଟିରେ ସାମାନ୍ୟ ବିଳମ୍ବ ହୋଇପାରେ। ପ୍ରକଳ୍ପ ନିର୍ଦ୍ଦେଶକ ପି.କେ ସିଂହଙ୍କୁ ପଚାରିବାରୁ ସେ କହିଛନ୍ତି, ଘୋଷଣା ସମୟରେ ଏକ ସାମୂହିକ ଆକଳନ କରାଯାଇଥିଲା। ଏବେ ଏହାର ଡିଜାଇନ୍ ଏବଂ ଖର୍ଚ୍ଚ ଆକଳନ କରି ମୁଖ୍ୟାଳୟକୁ ପଠାଯାଇଛି। ଅନୁମତି ଆସିଲେ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ। ଏହିଭଳି ବେପରୁଆ ଉତ୍ତର ଦେଉଥିବା ଅଧିକାରୀମାନେ କେବେ ଏହି ଫୁଟ୍ ଓଭରବ୍ରିଜ୍ ନିର୍ମାଣ କାମ ଆରମ୍ଭ କରି ଶେଷ କରିବେ ତାହାକୁ ଅପେକ୍ଷା।
ଟଙ୍କା ଆଦାୟ ଆଗ, ଜୀବନ ପଛ
OrissaPOSTଭୁବନେଶ୍ବର: ଦିନକୁ ଦିନ ରାଜଧାନୀ ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହେବାରେ ଲାଗିଛି। ପ୍ରତିଦିନ ଦୁର୍ଘଟଣା ଘଟି ଲୋକ ମୃତାହତ ହେଉଛନ୍ତି। ବାଣୀବିହାର ଠାରୁ ରସୁଲଗଡ଼, ଚନ୍ଦ୍ରଶେଖରପୁର, କଳ୍ପନା, କଟକ ରୋଡ୍ ସହରର ଅଧିକାଂଶ ସ୍ଥାନରେ ଅସମ୍ଭାଳ ଜାମ ଯୋଗୁଁ ଲୋକ ନାକେଦମ ହେଉଛନ୍ତି। ଲୋକ କେମିତି ଜାମ୍ରୁ ବାହାରିବେ। ବ୍ଲାକ୍ ସ୍ପଟ୍ରେ କ’ଣ ପଦକ୍ଷେପ ନିଆଯିବ। କ’ଣ କଲେ ଦୁର୍ଘଟଣା ରୋକାଯାଇ ପାରିବ। ଏଥିପ୍ରତି ଟ୍ରାଫିକ୍ ପୁଲିସର ଧ୍ୟାନ ନାହିଁ। ଲୋକ ପଛେ ହସ୍ତନସ୍ତ ହୁଅନ୍ତୁ, ଦୁର୍ଘଟଣାରେ ଜୀବନ ଯାଉ।
ଚାଲାଣ କାଟିବାରେ ବ୍ୟସ୍ତ ଟ୍ରାଫିକ୍ ପୁଲିସ
ଟ୍ରାଫିକ୍ ପୁଲିସ ପାଇଁ ଟଙ୍କା ଆଦାୟ କରିବା ପ୍ରାଥମିକତା ହୋଇପଡ଼ିଛି। କାରଣ କୌଣସି ଗୋଟିଏ ବି ବ୍ଲାକସ୍ପଟରେ କୌଣସି ଟ୍ରାଫିକ୍ ପୁଲିସ ରହି ଲୋକଙ୍କୁ ସଚେତନ କରାଇବା କି ଗାଡ଼ିଗୁଡ଼ିକ ଗତି ଉପରେ ନଜର ରଖିବା ସେଭଳି ଦେଖିବାକୁ ମିଳୁନାହିଁ। କିମ୍ବା ଯେଉଁଠି ଟ୍ରାଫିକ ପୁଲିସ ଚେକିଂ କରୁଛି ସାମ୍ନାରେ ଜାମ୍ ହେଉଥିଲେ ବି ସେଥିପ୍ରତି ନଜର ନାହିଁ। ପାଲଟା ମାଳମାଳ ପୁଲିସ ବିଭିନ୍ନ ଛକରେ ଜଗି ଲୋକଙ୍କୁ ଦୁର୍ଘଟଣା ଆଡ଼କୁ ଟାଣିଆଣୁଛନ୍ତି। ଚେକିଂବେଳେ ସେମାନେ ହଠାତ୍ ଗାଡ଼ି ସାମ୍ନାକୁ ଦୌଡ଼ି ଆସୁଛନ୍ତି। କେଉଁ ଗାଡ଼ି କେତେ ଗତିରେ ଅଛି ତାହା ଦେଖୁନାହାଁନ୍ତି। କାହା ଗାଡ଼ିକୁ ଟାଣି ଦେଉଛନ୍ତି ତ କାହାର କାର୍ ସମ୍ମୁଖରେ ଛିଡ଼ା ହୋଇପଡ଼ୁଛନ୍ତି। ଉଦାହରଣ ସତସଙ୍ଗ ବିହାର ସମ୍ମୁଖ ରାସ୍ତା ପ୍ରତିଦିନ ଅସମ୍ଭାଳ ଜାମ୍ ହେଉଛି। ସେଠି ମାଳମାଳ ଟ୍ରାଫିକ୍ ପୁଲିସ ଥିଲେ ବି ଜାମ୍ ହଟାଇବାକୁ କେହି ଯାଉ ନାହାଁନ୍ତି। ଟଙ୍କା ଆଦାୟରେ ମାତୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/22-3.jpg)