ବାରଙ୍ଗ/ତ୍ରିଶୁଳିଆ: ଆଜି ନନ୍ଦନକାନନରୁ ବିରଳ କଳା ବାଘ ଭିକି( ୫ ବର୍ଷ) ଓ ସୁନ୍ଦରୀ ଧଳା ବାଘୁଣୀ ରାଗିଣୀ(୧୧ବର୍ଷ)କୁ ବିଦାୟ ଦିଆଯାଇଛି। ମଧ୍ୟପ୍ରଦେଶ ଇନ୍ଦୋରସ୍ଥିତ କମଳା ନେହରୁ ପ୍ରାଣୀ ଉଦ୍ୟାନକୁ ସେମାନଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଦୁଇ ବାଘଙ୍କ ସହିତ ଅନ୍ୟ ୧୧ଟି ବନ୍ୟପ୍ରାଣୀଙ୍କୁ ମଧ୍ୟ ଆଜି ମଧ୍ୟପ୍ରଦେଶ ପଠାଇ ଦିଆଯାଇଛି। ସେଥିରେ ଅଛନ୍ତି ୩ଟି ଘଡ଼ିଆଳ କୁମ୍ଭୀର(୨ ଅଣ୍ଡିରା ଓ ୧ ମାଈ), ଏକ ହଳ ରୌପ୍ୟ କୁକୁଟ, ଏକ ହଳ ସୁବର୍ଣ୍ଣ କୁକୁଟ। ସୂଚନାଯୋଗ୍ୟ କେନ୍ଦ୍ରୀୟ ଚିଡିଆଖାନା ନିର୍ଦ୍ଦେଶକ୍ରମେ ଗତ ଡିସେମ୍ବରରେ ନନ୍ଦନକାନନ କର୍ତ୍ତୃପକ୍ଷ ସେଠାରୁ ୨ ସିଂହୀ, ୧ଟି ମାଈ କୋକିଶିଆଳି, ୩ ଭାରତୀୟ ଗଧିଆ (୨ ଅଣ୍ଡିରା ଓ ୧ ମାଈ),୩ଟି କୁମ୍ଭୀର (୧ ଅଣ୍ଡିରା ଓ ୨ ମାଈ)ଙ୍କୁ ମିଶାଇ ମୋଟ ୯ଟି ବନ୍ୟପ୍ରାଣୀ ଆଣିଥିଲେ। ପ୍ରତିବଦଳରେ ଆଜି ଏଠାରୁ ୧୩ଟି ପ୍ରାଣୀଙ୍କୁ ଦିଆଯାଇଛି। ସେଠାରୁ ଆସିଥିବା ନିର୍ଦ୍ଦେଶକ ତଥା ବରିଷ୍ଠ ପ୍ରାଣୀ ଚିକିତ୍ସକ ଉତ୍ତମ ଯାଦବଙ୍କ ତତ୍ତ୍ବାବଧାନରେ ଏକ ଛଅ ଜଣିଆ ଟିମ୍ ଏହି ପ୍ରାଣୀମାନଙ୍କୁ ସ୍ବତନ୍ତ୍ର ଯନ୍ତାରେ ଭର୍ତ୍ତି କରି ଏକ ଦଶ ଚକିଆ ଗାଡ଼ିରେ ଧରି ଅପରାହ୍ଣରେ ଇନ୍ଦୋର ପ୍ରତ୍ୟାବର୍ତ୍ତନ କରିଛନ୍ତି।
ନନ୍ଦନକାନନରୁ ଇନ୍ଦୋର ଗଲେ ୧୩ ବନ୍ୟପ୍ରାଣୀ: ବିଦାୟ ନେଲେ କଳା ବାଘ ‘ଭିକି’ ଓ ଧଳା ବାଘୁଣୀ ‘ରାଗିଣୀ’
/sambad/media/post_attachments/wp-content/uploads/2020/10/nadan-kanan.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)