ଭୁବନେଶ୍ବର : ଗତ ଏକ ମାସ ମଧ୍ୟରେ କ୍ୟାପିଟାଲ ହସ୍ପିଟାଲରେ ୧୩୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ୫ଜଣ ରୋଗୀ ଏଠାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। xbj କ୍ୟାପିଟାଲ ହସ୍ପିଟାଲରେ ୭ଜଣ ନୂତନ ରୋଗୀ ଚିହ୍ନଟ ହୋଇଥିବା ବେଳେ ଜଣେ ନୂଆ ରୋଗୀ ଭର୍ତ୍ତି ହୋଇଛନ୍ତି। ବଡ଼ କଥା ହେଉଛି ଦୁଇ ଜଣ ରୋଗୀ ଆଜି ସୁସ୍ଥ ହୋଇ ଡିସ୍ଚାର୍ଜ ହୋଇଛନ୍ତି। ପୂର୍ବ ସପ୍ତାହ ଅପେକ୍ଷା ଚଳିତ ସପ୍ତାହରେ ଡେଙ୍ଗୁ ରୋଗୀ ଚିହ୍ନଟଙ୍କ ସଂଖ୍ୟା କମି ଥିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି। ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନେ ସୁସ୍ଥ ଥିବା ସୂଚନା ଦିଆଯାଇଛି।
ମାସକରେ କ୍ୟାପିଟାଲ ହସ୍ପିଟାଲରେ ୧୩୦ ଡେଙ୍ଗୁ ରୋଗୀ ଚିହ୍ନଟ
/sambad/media/post_attachments/wp-content/uploads/2019/10/dengue-750x404.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)