୧୩୪ତମ କ˚ଗ୍ରେସ ପ୍ରତିଷ୍ଠା ଦିବସ ପାଳିତ: କଂ‌ଗ୍ରେସର ଆଦର୍ଶ ହିଁ ଦେଶର ସଂହତିକୁ ବଜାୟ ରଖିପାରିବ: ନିରଞ୍ଜନ

ଭୁବନେଶ୍ବର: ଦେଶର ଏକତା, ଅଖଣ୍ତତା ଓ ସ˚ହତି କ˚ଗ୍ରେସର ମୂଳଲକ୍ଷ୍ୟ। କିନ୍ତୁ ଆଜି ସମ୍ବିଧାନକୁ ଛିନ୍ନଭିନ୍ନ କରିବାକୁ ଉଦ୍ୟମ କରାଯାଉଛି। କ˚ଗ୍ରେସର ଆଦର୍ଶ ହିଁ ଦେଶର ସଂହତିକୁ ବଜାୟ ରଖିପାରିବ ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତିି। ଆଜି ପିସିସି ପକ୍ଷରୁ ଭାରତୀୟ ଜାତୀୟ କ˚ଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ କ˚ଗ୍ରେସ ଭବନରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପୂର୍ବାହ୍ନରେ କ˚ଗ୍ରେସ ଭବନ ପରିସରରେ ଦଳୀୟ ପତାକା ଉତ୍ତୋଳନ କରି ଉପସ୍ଥିତ କ˚ଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଲେ ଯେ କ˚ଗ୍ରେସ ଦଳ ଆଜି ୧୩୪ ବର୍ଷରେ ପଦାର୍ପଣ କରୁଛି। ଏହି ଦଳର ଜଣେ ସୈନିକ ହିସାବରେ ଆମ୍ଭେମାନେ ଆଜି ଗର୍ବିତ। କିନ୍ତୁ ଆଜି ସମ୍ବିଧାନ ପ୍ରତି ବିପଦ ଦେଖାଦେଇଛି। କ˚ଗ୍ରେସର ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ଅଖଣ୍ତତାକୁ ବଜାୟ ରଖିବା ପାଇଁ ଆଜି କ˚ଗ୍ରେସ କର୍ମୀମାନଙ୍କ ପାଇଁ ସମୟ ଆସିଛି। ସେଥିପାଇଁ ନିଷ୍ଠା ଓ ଦୃଢ଼ତାର ସହ ଉଦ୍ୟମ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ପରେ ଉପସ୍ଥିତ ସେବାଦଳର କର୍ମୀମାନଙ୍କୁ ସେ ଶପଥପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ସେବାଦଳ ପକ୍ଷରୁ ବିରେନ ମୋହନ ପଟ୍ଟନାୟକ ଓ ଜ୍ୟୋତିଷ କୁମାର ସାହୁ ପରିଚାଳନା କରିଥିଲେ। ଏଥିରେ ଦଳୀୟ କର୍ମକର୍ତା ସର୍ବଶ୍ରୀ ଜୟଦେବ ଜେନା, ରୁଦ୍ର ରାଜୁ, ଅନନ୍ତ ପ୍ରସାଦ ସେଠୀ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ସମୀର କୁମାର ରାଉତରାୟ, ସୁମିତ୍ରା ଜେନା, ଯୁଧିଷ୍ଠିର ଜେନା, ଶୁଭେନ୍ଦୁ ମହାନ୍ତି, ବିଶ୍ବଜିତ୍‌ ଦାସ, ରଶ୍ମି ମହାପାତ୍ର, ସୀତାକାନ୍ତ ମହାପାତ୍ର, ପଦ୍ମାକର ଗୁରୁ, ଅମୀୟ ପଟ୍ଟନାୟକ, ହଳଧର ସେଠୀ, ରତ୍ନମଣୀ ଉଲ୍ଲାକା, ସ୍ବାଧୀନବାଳା ଦାସ, ବୀଣାପାଣି ସାମଲ, କୁମାର ଶ୍ରୀ ଚିରଞ୍ଜୀବ, ସନ୍ଧ୍ୟା ମହାପାତ୍ର, ସତ୍ୟସ୍ମିତ ମହାନ୍ତି, ମନୋଜ ଜେନା, ଦିନେଶ ପରିଡ଼ା, କୁଳମଣି ସାହୁ, ଏମ୍‌ଡି ସାହା ଦୁଲ୍ଲା ପ୍ରମୁଖ ଅ˚ଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର