୧୩୫ତମ ଶ୍ରୀଜଗନ୍ନାଥ କଥାମୃତ

ଭୁବନେଶ୍ବର: ଖାରବେଳ ନଗରସ୍ଥିତ ରାଧାକୃଷ୍ଣ ମନ୍ଦିରରେ ୧୩୫ତମ ଶ୍ରୀଜଗନ୍ନାଥ କଥାମୃତ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଏବଂ ରାଧାକୃଷ୍ଣ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରୀଜଗନ୍ନାଥ ପଞ୍ଚରାତ୍ରର ପ୍ରଥମ ଦିବସ ଆୟୋଜିତ ହୋଇଥିଲା। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା ଉପରେ କହିଥିଲେ ପ୍ରବଚକ ରାମଚନ୍ଦ୍ର ମିଶ୍ର। ପରିଷଦର ସଭାପତି ଗୋପୀନାଥ ମହାନ୍ତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ପୂର୍ବରୁ ପ୍ରଶାନ୍ତ ବେହେରାଙ୍କ ପରିଚାଳନାରେ ଦାମୋଦର ସେନାପତି, ପ୍ରତିମାରାଣୀ ପଣ୍ଡା ଓ ଦିଲ୍ଲୀପ ମହାନ୍ତି ପ୍ରମୁଖ ଭଜନ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର