ବାହାରିନ୍‌ରୁ ଫେରିଲେ ୧୪୨ ପ୍ରବାସୀ

ଭୁବନେଶ୍ବର : ବାହାରିନ୍‌ରେ ଫସି ରହିଥିବା ୧୪୨ଜଣ ପ୍ରବାସୀ ଓଡ଼ିଆ ଆଜି ଓଡ଼ିଶା ଫେରିଛନ୍ତି। ବାହାରିନ୍‌ରେ କାମ କରୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକ ଓ ବାହାରିନ୍‌କୁ ବୁଲିବାକୁ ଯାଇ ଫସି ରହିଥିବା ଓଡ଼ିଆମାନଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ବାହାରିନ୍ ଓଡ଼ିଆ ସମାଜ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ଏୟାର ଇଣ୍ଡିଆ ବିମାନ ଏଆଇ-୦୯୪୦ରେ ଯାତ୍ରୀମାନେ ଆଜି ରାତି ୧୦ଟା ୨୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି।

ବାହାରିନ୍ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅରୁଣ କୁମାର ପ୍ରହରାଜ ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ପଠାଇବା ପାଇଁ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ସହ ଆଲୋଚନା କରିବା ପରେ ବନ୍ଦେ ଭାରତ ମିସନରେ ଆଜି ୧୪୨ଜଣ ପ୍ରବାସୀ ଓଡ଼ିଆଙ୍କୁ ଭୁବନେଶ୍ବରରେ ପଠାଯାଇଥିଲା। ଓଡ଼ିଆମାନେ ଓଡ଼ିଶା ଫେରି ଆସିଥିବାରୁ ଶ୍ରୀ ପ୍ରହରାଜ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରମୁଖଙ୍କୁ ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧିତ ଖବର