ଶ୍ରୀଲିଙ୍ଗରାଜଙ୍କ ଜମିରେ ୧୪୪ ଜାରି

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମୂଲ୍ୟବାନ ଜମି ଜବରଦଖଲ ହୋଇଥିବା ବେଳେ ଏହି ଜମି ଉପରେ ୧୪୪ ଧାରା ଜାରି କରାଯାଇଛି। ଗଙ୍ଗୁଆ ନିକଟରେ ୨ଏକର ୬୩୦ ଡେସିମିଲ ଜମି ଉପରେ ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ ହେଉଥିବା ବେଳେ ଏହି କାର୍ଯ୍ୟକୁ ସ୍ଥଗିତାଦେଶ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଏହି ଜମି ଉପରେ କିଛି ବ୍ୟକ୍ତି ଦୋକାନ ଘର ତିଆରି କରୁଥିଲେ। ଏନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣାଯାଇଥିଲା। ପରେ ମନ୍ଦିର ପ୍ରଶାସନ ପକ୍ଷରୁ ଦେବୋତ୍ତର କମିଶନରଙ୍କୁ ମଧ୍ୟ ଅବଗତ କରାଯାଇଥିଲା। ନୂଆଗାଁ ମୌଜା ଅଧୀନ ଖାତା ନଂ. ୪୩୭, ପ୍ଲଟ୍ ନଂ. ୧୧୮, ଚକ ନଂ. ୮୧ରେ ଥିବା ୨ଏକର ୬୩୦ ଡେସିମିଲ ଜମି ଜବରଦଖଲ ନେଇ ମନ୍ଦିର ପ୍ରଶାସନ ତରଫରୁ ଡିସିପିଙ୍କ କୋର୍ଟରେ ଫୌଜଦାରୀ ମିସ୍‌ କେସ୍‌ ନଂ. ୧୧୬୨/୨୦୧୯ ଦାଏର କରାଯାଇଥିଲା। ତଦନୁଯାୟୀ ୧୪୪ ଧାରା ଜାରି କରାଯାଇ ନିର୍ମାଣରୁ ବିରତ ରହିବା ପାଇଁ ଆଜି ଡିସିପିଙ୍କ କୋର୍ଟ ନିର୍ଦେଶ ଦେଇଛନ୍ତି ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଉଭୟ ଧଉଳି ଥାନା ଓ ଶ୍ରୀ ଲିଙ୍ଗରାଜ ଥାନା ଏହି ଆଦେଶକୁ ପାଳନ କରିବା ପାଇଁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର