ବାଲିପାଟଣାରେ ୧୪୫ମିମି ବର୍ଷା, ବ୍ୟାପକ ଅଞ୍ଚଳ ଜଳମଗ୍ନ

ବାଲିପାଟଣା: ବାଲିପାଟଣାରେ ଗୁରୁବାର ସନ୍ଧ୍ୟାରୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ୧୪୫.୪ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବର୍ଷା ଫଳରେ ବ୍ଲକ୍‌ର ଅନେକ ଅଞ୍ଚଳ ଜଳମଗ୍ନ ଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ବ୍ଲକ୍‌ର ୧୭ଟି ପଞ୍ଚାୟତରେ ବୁଧବାର ରାତିରେ ୬୯ଗୋଟି ପରିବାରର ୩୧୭ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଥିଲା। ମଝିହରା ପଞ୍ଚାୟତର ବେଙ୍ଗବତୀ ବସ୍ତି ବର୍ଷା ପାଣିରେ ବୁଡ଼ି ରହିବା ଫଳରେ ବହୁ ଲୋକ ଆଜି ସ୍ଥାନୀୟ ସ୍କୁଲରେ ଆଶ୍ରୟ ନେଇଛନ୍ତି। ପଞ୍ଚାୟତର ୭୦ଜଣଙ୍କୁ ଆଜି ରନ୍ଧା ଖାଦ୍ୟ ଦିଆଯାଇଥିବା ସ୍ଥାନୀୟ ସରପଞ୍ଚ ନାରାୟଣ ସାହୁ କହିଛନ୍ତି। ବାଲିପାଟଣା ପ୍ରାଣୀ ଚିକିତ୍ସାଳୟ, ବିଦ୍ୟୁତ୍‌ କାର୍ଯ୍ୟାଳୟ, ଇନ୍ଦିରା କଲୋନି ବର୍ଷା ପାଣି ଘେରରେ ରହିଛି। ବ୍ଲକର ବିଭିନ୍ନ ପଞ୍ଚାୟତରେ ୨୦ଟି ଘର ଆଶି˚କ କ୍ଷତିଗ୍ରସ୍ତ ହୋଇଛି। କେତେକ ବର୍ଷା କ୍ଷତିଗ୍ରସ୍ତଙ୍କୁ ପଲିଥିନ୍‌ ଦିଆଯାଇଥିବା ତହସିଲଦାର ପ୍ରାଚୀ ମହାପାତ୍ର ସୂଚନା ଦେଇଛନ୍ତି। ବ୍ଲକର ବହୁ ଅଞ୍ଚଳରେ ପରିବା ଚାଷ ବି ବୁଡ଼ିଯିବା ଫଳରେ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର