ସିରିପୁରରୁ ୧୪ ସମେତ ଭୁବନେଶ୍ୱରରୁ ୧୪୯ ଜଣ କରୋନା ପଜିଟିଭ, ଆଜି ସ୍ଥାନୀୟ ସଂକ୍ରମଣ ୫୧ ଜଣ

ଭୁବନେଶ୍ୱର: ସିରିପୁରସ୍ଥିତ କନ୍ଧସାହିରୁ ୧୬ ଜଣଙ୍କ ସମେତ ରାଜଧାନୀ ଭୁବନେଶ୍ୱରରୁ ଆଜି ୧୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୯୮ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୧ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଏପର୍ଯ୍ୟନ୍ତ ୩୨୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୯୪୩ ଜଣ ସୁସ୍ଥ ହୋଇଥିବା ବେଳେ ୧୨୫୪ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। କିନ୍ତୁ ୧୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସିରିପୁର କନ୍ଧସାହିରୁ ଆଜି ୧୨ ଜଣ ମହିଳା ଓ ୨ ଜଣ ପୁରୁଷ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ସାଳିଆ ସାହିରୁ ୧୧ ଜଣ ପୁରୁଷ ଓ ଜଣେ ପୁରୁଷଙ୍କ ସମେତ ନୟାପଲ୍ଲୀ ବ୍ରିଟ କଲୋନିରୁ ୭ ଜଣ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଡୁମଡୁମା ଘୁନାଥ ନଗରରୁ ୬ ଜଣ, ୟୁନିଟ-୬ରୁ ୪ ଜଣ, ଖଣ୍ଡଗିରି, ୟୁନିଟ-୧ରୁ ୩ ଜଣ, ବରମୁଣ୍ଡା ଜଗନ୍ନାଥ ବିହାର, ଆଇଗଣିଆ, ବରମୁଣ୍ଡା, ଶୈଳଶ୍ରୀ ବିହାର, ଜୟଦେବ ବିହାର, ଜୟଦେବ ବିହାର ବସ୍ତି, ସହିଦ ନଗର, ଚିନ୍ତାମଣିଶ୍ୱରରୁ ୨ ଜଣ, ପାତ୍ରପଡ଼ା, ବୁଦ୍ଧନଗର, ନୟାପଲ୍ଲୀ ଗଡ଼ସାହି, ୟୁନିଟ-୯, ବରମୁଣ୍ଡା, ନୟାପଲ୍ଲୀ ନୂଆସାହି, ଆଇଆରସି ଭିଲେଜରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏକ ସରକାର ହସ୍‌ପିଟାଲରୁ ୩ ଜଣ ଓ ଏକ ଘରୋଇ ହସ୍‌ପିଟାଲରୁ ଜଣେ କରୋନା ଆକ୍ରାନ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର