ଜଟଣୀ: କନ୍ତିଆସ୍ଥିତ ରାଧାକାନ୍ତଦେବ ମନ୍ଦିରରେ ଚତୁର୍ଦ୍ଦଶ ଅଳାଁନବମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁରୁ ରାମହରି ଦାସଙ୍କ କଣ୍ଠରେ ପାରମ୍ପରିକ ଚମ୍ପୁ ସପତଟି ମୋରରେ..., କାହା ଚିତ ଚାହାଁ..., କିରିବାଣୀ ରାଗ, ଓଡ଼ିଶୀ ଗାୟନ, ଗୁରୁ କେଶବଚନ୍ଦ୍ର ରାଉତଙ୍କ କଣ୍ଠରେ ସରସ ଯେତିକି ବିରସ ସେତିକି...ମୁଖାରୀ ରାଗରେ, ଗୁରୁ ନିମାକାନ୍ତ ରାଉତଙ୍କ କଣ୍ଠରେ ସଙ୍ଗୀତରେ ଚାହାଁ ବେଣୁପାଣିକି... କଳାବତୀ ରାଗ, ଲାଜରେ ସରିଗଲି ଆଜ ସଜନୀରେ...., କଲ୍ୟାଣ ରାଗରେ ଗୀତଗୋବିନ୍ଦ ଗାୟନ ସାଙ୍ଗକୁ ଗୁରୁ ଧନେଶ୍ୱର ସ୍ୱାଇଁଙ୍କ ମର୍ଦ୍ଦଳ ବାଦନ ଉପସ୍ଥିତ ଶ୍ରୋତାଙ୍କୁ ବିଳମ୍ବିତ ରାତି ଯାଏଁ ମଞ୍ଚ ନିକଟରେ ବାନ୍ଧି ରଖିଥିଲା। ସେହିପରି ଅନୁଜା ତାରିଣୀ ମିଶ୍ର, ବିଜୟଲକ୍ଷ୍ମୀ ରାଉତ, ଶିଶୁ କଣ୍ଠଶିଳ୍ପୀ ଚିରସ୍ରୋତା ପ୍ରଧାନଙ୍କ ଛାନ୍ଦ ପାରମ୍ପରିକ ଭଜନ ମନ୍ତ୍ରମୁଗ୍ଧ କରିଥିଲା। କାର୍ଯ୍ୟକ୍ରମକୁ ଡ. ସଚ୍ଚିକାନ୍ତ ନାୟକ ସଂଯୋଜନା କରିଥିବା ବେଳେ କାଳନ୍ଦୀ ଚରଣ ପରିଡ଼ା, ପର୍ଶୁରାମ ଦାସ, ଅମିତ ସ୍ୱାଇଁ ପ୍ରମୁଖ ବାଦ୍ୟକାର ରୂପେ ସହଯୋଗ କରିଥିଲେ। ଜଟଣୀ ପୌରାଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୟ ଛୋଟରାୟ, ପ୍ରତାପ ଚନ୍ଦ୍ର ସାମନ୍ତରାୟ, ତ୍ରିଲୋଚନ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ। କନ୍ତିଆର ପୂର୍ବତନ ସରପଞ୍ଚ ନୀଳମଣି ସାହୁଙ୍କ ନେତୃତ୍ୱରେ ଜଳଧର ପ୍ରଧାନ, ସିଦ୍ଧେଶ୍ୱର ସାହୁ, ଗୋପାଳ ଚନ୍ଦ୍ର ନାୟକଙ୍କ ସହ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ।
ଜଟଣୀରେ ଚତୁର୍ଦ୍ଦଶ ଅଁଳା ନବମୀ ଉତ୍ସବ
ଲାଜରେ ସରିଗଲି ଆଜ ସଜନୀରେ...
/sambad/media/post_attachments/wp-content/uploads/2017/11/jatani-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)