ଜଟଣୀ: ଜଟଣୀ, ଖୋର୍ଧା, ଡେଲାଙ୍ଗ, ପିପିଲି ଅଞ୍ଚଳର କେତେକ ଲୋକଙ୍କୁ ଚାକିରି ଦେବା ନାଁରେ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ହେଲ୍ଥ ଫୁଡ୍ କର୍ପୋରେସନ୍ ନାମକ ଏକ ସଂସ୍ଥାର ମୁଖ୍ୟ ଜୟକୃଷ୍ଣ ଓରଫ ଦଲୀପ ବାରିକଙ୍କ ନାମରେ ଅଭିଯୋଗ ହୋଇଛି। ଏ ନେଇ ୧୪ ଜଣ ଯୁବକ, ଯୁବତୀ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ୪୦ରୁ ଅଧିକ ଯୁବକ ଯୁବତୀ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ଖବର ମୁତାବକ, ଦିଲୀପ ୬ ମାସ ତଳେ ଜଟଣୀ ଷଣ୍ଢପୁର ନିକଟରେ ଏକ କାଯ୍ୟର୍ାଳୟ ଖୋଲିବା ସହ ଭୁବନେଶ୍ୱର ଜୟଦେବ ବିହାରରେ ମୁଖ୍ୟ କାର୍ଯ୍ୟାଳୟ ଏବଂ ଖୋର୍ଧା ଓ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶାଖା କାଯ୍ୟର୍ାଳୟ ଖୋଲିଥିଲା। ଚାକିରି ଦେବାର ପ୍ରଲୋଭନ ଦେଖାଇ କେତେକ ଏଜେଣ୍ଟଙ୍କୁ ନିଯୁକ୍ତ କରିବା ସହ ଦିଲୀପ ସ୍ଥାନୀୟ ଯୁବକ, ଯୁବତୀଙ୍କଠାରୁ ୨୫ ହଜାରରୁ ଲକ୍ଷେ ପର୍ଯ୍ୟନ୍ତ ଟଙ୍କା ଆଦାୟ କରିଥିଲା। ଏପରିକି କେତକ ଯୁବକ, ଯୁବତୀଙ୍କୁ ରେଳ ବିଭାଗ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ଜାଲ୍ ନିଯୁକ୍ତିପତ୍ର ଓ ପରିଚୟପତ୍ର ପ୍ରଦାନ କରି ଦିଲୀପ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବାର ଅଭିଯୋଗ ହୋଇଛି। ତେବେ ଜାଲ୍ ନିଯୁକ୍ତି ସଂପର୍କରେ ଯୁବକ ଯୁବତୀମାନେ ଜାଣିବା ପରେ ସଂପୃକ୍ତ କାର୍ଯ୍ୟାଳୟରେ ହୋହଲ୍ଲା କରିଥିଲେ। ଫଳରେ ରାତାରାତି ସେ ଫେରାର ହୋଇଯାଇଥିବା ବେଳେ ମୋବାଇଲ ସୁଇଚ୍ ଅଫ୍ କରିଦେଇଥିବା ଅଭିଯୋଗ ହୋଇଛି। ପୁଲିସ୍ ଏହି ଘଟଣାରେ ସଂସ୍ଥାର ଜନୈକ ଏଜେଣ୍ଟ୍ଙ୍କୁ ଥାନାରେ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।
ଚାକିରି ଦେବା ନାଁରେ ୧୫ ଲକ୍ଷ ଠକେଇ
/sambad/media/post_attachments/wp-content/uploads/2018/08/jatani-jal-chakiri.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)