ବାପୁଜୀନଗରରେ ୧୫ ଦୋକାନ ସିଲ୍‌

ଭୁବନେଶ୍ବର : କୋଭିଡ୍‌ କଟକଣା ଅନୁପାଳନ ନେଇ ଗତକାଲି ଠାରୁ ବିଏମ୍‌ସି ଚଢ଼ଉ ଜୋରଦାର କରିଛି। ଗତକାଲି ୩୦ ଫାଷ୍ଟ ଫୁଡ୍‌ ଦୋକାନ ସିଲ୍‌ ହୋଇଥିବା ବେଳେ ବାପୁଜୀନଗରରେ ୧୫ ଜଳଖିଆ ଓ ଫାଷ୍ଟ ଫୁଡ୍‌ ଦେକାନାକୁ ୨ ଦିନ ପାଇଁ ସିଲ୍‌ କରାଯାଇଛି। ୧ ତାରିଖ ଓ ୨ ତାରିଖ ଦୁଇଦିନ ପାଇଁ ଏମାନେ ଦୋକାନ ଖୋଲିପାରିବେ ନାହିଁ। ସେହିଭଳି ମାର୍କେଟ ବିଲ୍ଡିଂରେ ୪ଟି ଖାଇବା ଦୋକାନ ବନ୍ଦ କରାଯାଇଥିବା ବେଳେ କଳ୍ପନା ଛକରେ ଥିବା ଉତ୍କଳ ଗ୍ୟାଲେରିଆ ମଲରେ ଚଢ଼ଉ ହୋଇଛି। ଏଠାରେ ଥିବା ଫୁଡ୍‌ କୋର୍ଟରେ ଭିଡ଼ ହୋଇଥିବାରୁ କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦିଆଯାଇଛି। ନିୟମ ଉଲ୍ଲଂଘନ ନେଇ ପ୍ରମାଣ ମିଳିଲେ ଏହାକୁ ବନ୍ଦ କରିଦିଆଯିବ ବୋଲି ବିଏମ୍‌ସି ସ୍ପଷ୍ଟ କରିଛି।

ସେହିଭଳି ନୂଆପଲ୍ଲୀ ଇନ୍ଦ୍ରଧନୁ ମାର୍କେଟ୍‌ରେ ଶୁକ୍ରବାର ଦିନ ମଧ୍ୟ ଚଢ଼ଉ କରାଯାଇଛି। ସେଠାରେ ପ୍ରବଳ ଭିଡ଼ ଥିବାରୁ ଦୋକାନୀମାନଙ୍କୁ ଚେତାବନୀ ଦିଆଯାଇଛି। କୋଭିଡ୍‌ ଗାଇଡ୍‌ ଲାଇନ୍‌ ପାଳନ କରିବାକୁ କୁହାଯାଇଛି। ଏଥିସହ ମଦ ଦୋକାନ, ବାର୍‌, ମଲ୍‌ରେ ଚଢ଼ଉ ହୋଇଛି। ବିଏମ୍‌ସି ପକ୍ଷରୁ ଆଗକୁ ମଧ୍ୟ ଏଭଳି ଚଢ଼ଉ ଜୋରଦାର ହେବ ବୋଲି ଜେଡ୍‌ଡିସି ରବିନାରାୟଣ ଜେଠୀ (ଦକ୍ଷିଣ-ପଶ୍ଚିମ ଜୋନ୍‌)କହିଛନ୍ତି।

ସମ୍ବନ୍ଧିତ ଖବର