ରାଜଧାନୀରେ କରୋନା ମୃତ୍ୟୁ ୧୫୦

ଭୁବନେଶ୍ବର: ରାଜଧାନୀରେ କରୋନା ମୃତ୍ୟୁ ୧୫୦ ଛୁଇଁଛି। ଆଜି ରାଜଧାନୀରେ ୨ଜଣ କରୋନାରେ ପ୍ରାଣ ହରାଇବା ପରେ ସଂଖ୍ୟାରେ ବୃଦ୍ଧି ହୋଇଛି। ଗତ ଏପ୍ରିଲ ୭ତାରିଖରେ ରାଜଧାନୀରେ ପ୍ରଥମ କରୋନା ମୃତ୍ୟୁ ହୋଇଥିଲା। ଗତ ସେପ୍ଟେମ୍ବର ଓ ଚଳିତମାସରେ ମୃତ୍ୟୁ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ରାଜଧାନୀ‌‌ରେ ସଂକ୍ରମଣ ହ୍ରାସ ପାଇଛି। ଗତ ୨୪ଘଣ୍ଟାରେ ୧୮୨ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ସମୁଦାୟ ମୃତ୍ୟୁ ସଂଖ୍ୟା ୨୮,୪୮୧କୁ ବୃଦ୍ଧି ପାଇଛି। ୧୮୨ ଆକ୍ରାନ୍ତଙ୍କ ମଧ୍ୟରେ ୪୪ଜଣ ସଙ୍ଗରୋଧରୁ ଓ ୧୩୮ଜଣ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ସଙ୍ଗରୋଧରୁ ମଧୁସୂଦନ ନଗର, କଳ୍ପନା ଛକ, ଜୟଦେବ ବିହାର, ଲକ୍ଷ୍ମୀ ସାଗର, ବମିଖାଲ, ଡୁମୁଡୁମା, ଘାଟିକିଆ, ବିଜେବି ନଗର, ୟୁନିଟ୍‌-୮, ଶୈଳଶ୍ରୀ ବିହାର, ସୁନ୍ଦରପଦା, ଶ୍ୟାମପୁର, ପ୍ରଶାନ୍ତି ବିହାର ଓ ଅନ୍ୟ ଅଞ୍ଚଳରୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଅପରପକ୍ଷରେ ୨୭୬ ରୋଗୀ ସୁସ୍ଥ ହେବା ପରେ ସମୁଦାୟ ସଂଖ୍ୟା ୨୫,୮୯୫କୁ ବୃଦ୍ଧି ପାଇଛି। ରାଜଧାନୀରେ ଏବେ ୨୪୧୫ କରୋନା ରୋଗୀଙ୍କ ଚିକିତ୍ସା ଜାରି ରହିଛି।

ସମ୍ବନ୍ଧିତ ଖବର