ଖଣ୍ଡଗିରି: ପାତ୍ରପଡ଼ା-ଭଗବାନପୁର ଯୁବବାହିନୀ ଓ ମହାରାଜା କ୍ରିକେଟ୍‌ ସଂଘ ପକ୍ଷରୁ ୧୩ତମ ରଜ ମହୋତ୍ସବ ପାତ୍ରପଡ଼ା ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି। ମହୋତ୍ସବକୁ ଜଟଣୀ ବିଧାୟକ ସୁରେଶ ରାଉତରାୟ, ସ୍ଥାନୀୟ କର୍ପୋରେଟର୍‌ ରଶ୍ମିରଂଜନ ପାଟ୍ଟଶାଣୀ, ଡେପୁଟି ମେୟର ମଞ୍ଜୁଲତା କହଁର ପ୍ରମୁଖ ଯୋଗଦେଇ ଦୋଳିରେ ସ୍ଥାପିତ ହୋଇଥିବା ରାଧାକୃଷ୍ଣଙ୍କୁ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ପଡ଼ିଆରେ ୧୫୦ ଦୋଳି ପଡ଼ିଛି।

Advertisment

ଏହି ଅବସରରେ ପୁଚି, ମେହେନ୍ଦି, ଦଉଡ଼ି ଡିଆଁ, ମ୍ୟୁଜିକ୍‌ ଚେୟାର୍‌, ବେଲୁନ୍ ଡ୍ୟାନ୍ସ, ପେପର ଡ୍ୟାନ୍ସ, ପୋଡ଼ପିଠା ପ୍ରସ୍ତୁତି, ଝୋଟି, ମୁରୁଜ, ଚେସ୍, ତାସ, ପଶା ଖେଳ, ଗୀତ ଓ ନାଚ ଭଳି ବିଭିନ୍ନ ପ୍ରତିଯୋଗିତା କୁମାରୀଙ୍କ ମଧ୍ୟରେ ଆୟୋଜିତ ହୋଇଥିଲା। ଏଥିସହ ବିଭିନ୍ନ ପାରମ୍ପରିକ ପିଠା, ମିଠା ସହ ପାନ ଓ ଖେଳର ଆସରରେ ପହିଲି ରଜ ପାଳିତ ହୋଇଥିଲା। ଅପରାହ୍‌ଣରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ବାରା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା କାର୍ଯ୍ୟକ୍ରମରେ ପୂର୍ବତନ ଭୁବନେଶ୍ୱର ବ୍ଲକ ଅଧ୍ୟକ୍ଷ ଦୁଃଶାସନ ସ୍ୱାଇଁ, ସତ୍ୟନାରାୟଣ ମହାନ୍ତି, ଶିକ୍ଷାବିତ୍ ଶଙ୍କର ଚରଣ ଦାସ, ଦୁଃଶାସନ ରଥ, ଜାନକୀ ବଲ୍ଲଭ ପଟ୍ଟନାୟକ, ଅଭିମନ୍ୟୁ ଚମ୍ପତ୍ତି, ଇକବାଲ ହୁସେନ ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟାପିକା ପ୍ରଜ୍ଞା ପ୍ରିୟଦର୍ଶିନୀ ସାହୁ ମଞ୍ଚ ପରିଚାଳନା କରିଥିଲେ।