ବେଙ୍ଗାଲୁର ଚାଲାଣ ହେଉଥିବା ୧୫୦ଟି ନକଲି ୨ହଜାର ଟଙ୍କିଆ ନୋଟ୍‌ ଖୋର୍ଦ୍ଧାରୋଡ୍‌ ଷ୍ଟେସନରୁ ଜବତ,

ଭୁବନେଶ୍ୱର: ବାଂଲାଦେଶରୁ ବେଙ୍ଗାଲୁରକୁ ଚାଲାଣ ହେଉଥିବା ୩ ଲକ୍ଷ ଟଙ୍କାର ନକଲି ନୋଟ୍‌ କାମାକ୍ଷା- ଯଶୋବନ୍ତପୁର ଏକସ୍‌ପ୍ରେସ ଟ୍ରେନ୍‌ରେ ଜବତ ହୋଇଛିି। ଡାଇରେକ୍ଟୋରେଟ ଅଫ ରେଭେନ୍ୟୁ ଇଣ୍ଟିଲିଜେନ୍ସର ଅଧିକାରୀମାନେ ପୂର୍ବ ସୂଚନା ପାଇ ଏହି ଟ୍ରେନ୍‌ରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କୁ ଅଟକାଇ ତାଙ୍କ ଠାରୁ ଏହି ଟଙ୍କା ଜବତ କରିବା ସହିତ ତାଙ୍କୁ ଅଟକ ରଖି ପଚରା ଉଚରା କରୁଛି।
ମିଳିଥିବା ସୂଚନା ଅନୁଯାୟୀ, କାମାକ୍ଷା- ଯଶୋବନ୍ତପୁର ଟ୍ରେନ୍‌ରେ ଚୋରା ଟଙ୍କା ବେଙ୍ଗାଲୁରକୁ ଚାଲାଣ ହେଉଥିବା ନେଇ ଡିଆରଆଇକୁ ନିର୍ଦ୍ଦିଷ୍ଟ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଟ୍ରେନ୍‌ଟି ଖୋର୍ଦ୍ଧା ରୋଡ୍‌ ଷ୍ଟେସନରେ ପହଞ୍ଚିବା ପରେ ନିର୍ଦ୍ଦିଷ୍ଟ ବଗିରେ ଡିଆରଆଇ ଟିମ୍‌ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କ ବ୍ୟାଗ୍‌ ତନଖି କରିଥିଲେ। ତନଖି ବେଳେ ସେଥିରେ ୧୫୦ଟି ନକଲି ବା ଜାଲି ୨ ହଜାର ଟଙ୍କିଆ ନୋଟ୍‌ ଥିବା ଜଣାପଡ଼ିଥିଲା। ଏହି ଜାଲ ନୋଟ୍‌କୁ ଜବତ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ନେଇ ଡିଆରଆଇ ଟିମ୍‌ ଭୁବନେଶ୍ୱର ଆସିଛି। ଜାଲ ନୋଟ୍‌ର ଚେର ଖୋଜିବା ପାଇଁ ଡିଆରଆଇ ଟିମ୍‌ ଉଦ୍ୟମ ଚଳାଇଛନ୍ତି।

ସମ୍ବନ୍ଧିତ ଖବର