ସାଧାରଣତନ୍ତ୍ର ଦିବସ ଅବସରରେ ଶୋଭାଯାତ୍ରାରେ ୧୫୦ ମିଟର ତ୍ରିରଙ୍ଗା

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଅବସରରେ ରୋଟାରି କ୍ଲବ୍‌, ଆଲ୍‌ଫା ଚାରିଟେବୁଲ୍‌ ଟ୍ରଷ୍ଟ୍‌ ଓ ସରସ୍ବତୀ ଶିଶୁମନ୍ଦିର ଶବରସାହି, ରସୁଲଗଡ଼ର ମିଳିତ ଆନୁକୂଲ୍ୟରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ରସୁଲଗଡ଼ ଛକସ୍ଥିତ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତିଠାରୁ ଏହି ଶୋଭାଯାତ୍ରା ବାହାରି ଏସ୍‌ପ୍ଲାନେଡ୍‌ ୱାନ୍‌ ମଲ୍‌, ରସୁଲଗଡ଼ ଶିଳ୍ପାଞ୍ଚଳ ହୋଇ ‘ସମ୍ବାଦ ଭବନ’ଠାରେ ପହଞ୍ଚି ପୁଣି ଛକ ପର୍ଯ୍ୟନ୍ତ ଫେରିଥିଲା। ପ୍ରାୟ ୧୫୦ ମିଟର ତ୍ରିରଙ୍ଗା ପତାକାକୁ ୭୦୦ରୁ ଊର୍ଧ୍ବ ଲୋକ ଧରି ଏହି ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ରୋଟାରି କ୍ଲବର ଆସିଷ୍ଟାଣ୍ଟ୍‌ ଗଭର୍ଣ୍ଣର୍‌ ଯଜ୍ଞାଶିଷ ମହାପାତ୍ର, ଅଲ୍‌ଫା ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଲଲାଟକେଶରୀ ନାୟକ, ସମ୍ପାଦକ ସୁନାକର ବେହେରା, କୋଷାଧ୍ୟକ୍ଷ ନିଲୁ ଖୁଣ୍ଟିଆ, ସ୍କୁଲ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ବେହେରାଙ୍କ ସମେତ ସମାଜସେବୀ ନିରଞ୍ଜନ ରାଉତରାୟ, ସଂଧ୍ୟା ମହାନ୍ତି, ମାନସୀ ଶତପଥୀ, ନିବେଦିତା ସ୍ବାଇଁ ଓ ସୁଶ୍ରୀପ୍ରଭା ଦାସ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।

ବାଟ ମହାବୀର ବ୍ୟବସାୟୀ ଯୁବକ ସଂଘ
ସ୍ଥାନୀୟ ୨ନମ୍ବର ୟୁନିଟ୍‌ସ୍ଥିତ ବାଟ ମହାବୀର ବ୍ୟବସାୟୀ ଯୁବକ ସଂଘ ପକ୍ଷରୁ ଆ‌‌ୟୋଜିତ ଉତ୍ସବରେ ଭୁବନେଶ୍ବର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୪୦ ନମ୍ବର ଵାର୍ଡର ପୂର୍ବତନ କର୍ପୋରେଟର୍‌ ରାମଚନ୍ଦ୍ର ପ୍ରଧାନ, ଆକାଶବାଣୀର ପୂର୍ବତନ ଉପନିର୍ଦ୍ଦେଶକ ସୁଧାଂଶୁ ଶେଖର ଧଡ଼ା, ସାମ୍ବାଦିକ ପ୍ରଦ୍ୟୁମ୍ନ ମହାନ୍ତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ନୀଳାଦ୍ରିବିହାର ପଣ୍ଡାପାର୍କ ଓ ଈଶାନେଶ୍ବର ନଗର
ନୀଳାଦ୍ରିବିହାର ପଣ୍ଡାପାର୍କ ନଗର ପ୍ରଶଂସା ଫାଉଣ୍ଡେସନ୍, ଈଶାନେଶ୍ବର ନଗର ଉନ୍ନୟନ କମିଟି ଓ ଉଇନର କ୍ଲବ୍ ପକ୍ଷରୁ ଆୟୋଜିତ ସାଧାରଣତନ୍ତ୍ର ଦିବସରେ ବିଜେଡି କାର୍ଯ୍ୟକାରୀ ସଭାପତି ସୁବାସ ପାତ୍ର ପତାକା ଉତ୍ତୋଳନ କରିଥିଲେ। ଯୁବ ସମାଜସେବୀ କାଳୀଚରଣ ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପଣ୍ଡାପାର୍କ କମ୍ୟୁନିଟି ସେଣ୍ଟରରେ ସଭାପତି ପ୍ରଫୁଲ୍ଲ ନାୟକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ବୈକୁଣ୍ଠ ନାୟକ, ରାମ ନାୟକ, ସୁରେନ୍ଦ୍ର କୁମାର ସ୍ବାଇଁ, ଗୌତମ ନାୟକ, ଶିବ ନାୟକ, ସୁନୀଲ ନାୟକ, ରାଧା ନାୟକ, ମୁନା ନାୟକ, ଯୁଧିଷ୍ଠିର ନାୟକ, ‌ଚିତ୍ରସେନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଅଶୋକ ଦିଗାଲ, ସୁରେନ୍ଦ୍ର କୁମାର ସ୍ବାଇଁ ଓ ଅରୁଣ ନାୟକ ପରିଚାଳନା କରିଥିଲେ।

କଳିଙ୍ଗ ସ‌ିନେ ଆର୍ଟସ୍ ଓ ଜୟ ବଜରଙ୍ଗବାଲି ଅଟୋ ସଂଘ
ସାମାଜିକ ଅନୁଷ୍ଠାନ କଳିଙ୍ଗ ସିନେ ଆର୍ଟସ୍ ପକ୍ଷରୁ ମଞ୍ଚେଶ୍ବର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ ମା’ବାସୁଳାଇ ଯୁବକ ସଂଘ, କଳିଙ୍ଗ ଆକ୍ଟି‌ଭିଟି ସେ‌ଣ୍ଟର୍ ଓ ସ୍ଥାନୀୟ ଯୁବଗୋଷ୍ଠୀ ଏକାଠି ହୋଇ ଜାତୀୟ ସଂଗୀତ ଗାନ କରିଥିଲେ। ଅନୁଷ୍ଠାନର ସମ୍ପାଦକ ବିଦ୍ୟାଧର ବାରିକ, ସଭାପତି ସୁଶାନ୍ତ ଦାସ, ସତ୍ୟଜିତ୍ ରାଉତ ଉପସ୍ଥିତ ରହି ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ। ସେହିଭଳି ଜୟ ବଜରଙ୍ଗବାଲି ଅଟୋ ସଂଘ ପକ୍ଷରୁ ସନ୍ତୋଷ ଦାସ ପତାକା ଉତ୍ତୋଳନ କରିଥିଲେ। ସୁକାନ୍ତ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଘର ସମସ୍ତ ସଭ୍ୟ ଓ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ।

ବିଜେଇଏମ୍ ସ୍କୁଲ
ବିଜେଇଏମ୍ ସ୍କୁଲରେ ମୁଖ୍ୟ ଅତିଥି ଭାବେ ଜମ୍ମୁ-କଶ୍ମୀରର ପୂର୍ବତନ ଡିଜିପି ଶିଶିର କୁମାର ମିଶ୍ର ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ମ୍ୟାନେଜର ପ୍ରତାପ କୁମାର ଜେନା, ଅତିରିକ୍ତ ମ୍ୟାନେଜର ଚିତ୍ତରଞ୍ଜନ ବୈରିଶାଲ, ବିଦ୍ୟାଳୟର ଅଧ୍ୟକ୍ଷା ସନ୍ଧ୍ୟା ଜେନା, ଉପାଧ୍ୟକ୍ଷା ପଲ୍ଲବୀ ମହାପାତ୍ର ପ୍ରମୁଖ ବକ୍ତବ୍ୟ ଦେଇଥିଲେ।

ନିଖିଳ ଉତ୍କଳ ଶାରୀରିକ ଅକ୍ଷମ କଲ୍ୟାଣ ମହାସଂଘ
ସ୍ଥାନୀୟ ପଳାଶପଲ୍ଲୀ କାର୍ଯ୍ୟାଳୟଠାରେ ନିଖିଳ ଉତ୍କଳ ଶାରୀରିକ ଅକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ଭିନ୍ନକ୍ଷମ କମିସନର ଅଧ୍ୟକ୍ଷା ସୁଲୋଚନା ଦାସ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅକ୍ଷମ କଲ୍ୟାଣ ମହାସଂଘର ସମ୍ପାଦକ ସୁରେଶ ଚନ୍ଦ୍ର ବେହେରା, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ଡ. ନୀଳମାଧବ ସେନାପତି, ରାଖାଲ ସେଠୀ, ସମାଜସେବୀ ସୀତାଂଶୁ ଶେଖର ମହାରଣା ଉପସ୍ଥିତ ଥିଲେ। ଦେବଦତ୍ତ ପଣ୍ଡା, ହରିହର ଦେଓ, ଝିଲି ମହାରଣା, ନାରାୟଣ ସାହୁ, ସତ୍ୟନାରାୟଣ ସେଠୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଓସାକ୍ସ
ସାଧାରଣତନ୍ତ୍ର ଦିବସ ଅବସରରେ ଏଚ୍‌ଆଇଭି/ଏଡ୍‌ସ ବିଷୟରେ ସଚେତନାତାର ବାର୍ତାକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି (ଓସାକ୍ସ) ପକ୍ଷରୁ ରାଜ୍ୟସ୍ତରୀୟ ପରେଡ୍‌ରେ ଓସାକ୍ସର ଏକ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା। ଓସାକ୍ସର ଦ୍ବାରା ଯୋଗାଇ ଦିଆଯାଉଥିବା ସେବାଗୁଡ଼ିକ ଏଥିରେ ସ୍ଥାନ ପାଇଥିଲା। ଏହାସହ ଆଦିବାସୀ ମେଳାରେ ଓସାକ୍ସ ପକ୍ଷରୁ ଏକ ଷ୍ଟଲ ଖୋଲାଯାଇଛି। ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶିକା ଗୁହା ପୁନମ୍‌ ତାପସ କୁମାର ଏହାକୁ ଉଦ୍‌ଘାଟନ କରିଥିଲେ। ଆଜି ଗୋଟିଏ ଦିନରେ ଷ୍ଟଲ୍‌କୁ ୧୦୨ଜଣ ଲୋକ ଆସିଥିବା ବେଳେ ତହିଁରୁ ୫୫ଜଣ ସ୍ବେଚ୍ଛାକୃତ ଭାବେ ନିଜର ଏଚ୍‌ଆଇଭି ପରୀକ୍ଷା କରାଇଛନ୍ତି।

ଭୀମଟାଙ୍ଗି ଉନ୍ନୟନ ପରିଷଦ
ଭୀମଟାଙ୍ଗି ଭୀମେଶ୍ୱର ମନ୍ଦିର ପାର୍କ ପରିସରରେ ସଂଘର ସଭାପତି ଗୋଲକ ବିହାରୀ ନାୟକ ପତାକା ଉତ୍ତୋଳନ କରିଥିଲେ। ସେହିପରି ଭୀମଟାଙ୍ଗି ଉନ୍ନୟନ ପରିଷଦ ପକ୍ଷରୁ ପରିଷଦର କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯାଇଥିଲା। ପରିଷଦର ସଭାପତି ପୁରୁଷୋତ୍ତମ ସାହୁ, କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ସମ୍ପାଦକ ଚିତ୍ରସେନ ବିଶୋଇ ପ୍ରମୁଖ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ। ସେହିପରି ଭୀମଟାଙ୍ଗି ଉପର ଫେଜ୍‌ରେ ସବୁଜ ଉତ୍କଳ ସଂଗଠନ ପକ୍ଷରୁ ରତ୍ନାକର ମହାକୁଡ଼ ପତାକା ଉତ୍ତୋଳନ କରିଥିଲେ।

ସ୍ବାଧୀନ ବିଚାର
ଓଡ଼ିଆ ସମ୍ବାଦପତ୍ର ‘ସ୍ବାଧୀନ ବିଚାର’ ପକ୍ଷରୁ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ପ୍ରଶାନ୍ତି ବିହାର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସଂପାଦକ ସୁଧାଂଶୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ପାଦକ ବଳରାମ ନାୟକ, ପରିଚାଳନା ସଂପାଦିକା ଅନିତା ନାୟକ ଉପସ୍ଥିତ ଥିଲେ।

ୟୁରୋସ୍ମାର୍ଟ ପ୍ଲେ ସ୍କୁଲ
ରଥଦାଣ୍ଡ ସ୍ଥିତ ୟୁରୋସ୍ମାର୍ଟ ପ୍ଲେ ସ୍କୁଲର ଅଧ୍ୟକ୍ଷା ସସ୍ମିତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଦେବସ୍ମିତା ପଟ୍ଟନାୟକ, ଗୀତାଞ୍ଜଳି ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ।

ଏକାମ୍ର ଜନଜାଗରଣ ମଞ୍ଚ
ସ୍ଥାନୀୟ ନନ୍ଦକିଶୋର ନଗରଠାରେ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଞ୍ଚର ଉପଦେଷ୍ଟା ଜଗତ ଚନ୍ଦ୍ର ଦାଶ, ଶ୍ୟାମସୁନ୍ଦର ମହାନ୍ତି, ଗୋପିନାଥ ପ୍ରଧାନ, ଷଷ୍ଠି ପ୍ରସାଦ ପଟ୍ଟନାୟକ, ଗୁଲସନ ଶତପଥୀ, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଗଣେଶ ସାମନ୍ତରାୟ, ପ୍ରଭାକର ଜେନା, ଶ୍ରୀକାନ୍ତ ପାକଲ, ସ୍ୱପ୍ନାରାଣୀ ସାମଲ, ସୁଲତା ସାହାଣୀ, ସଞ୍ଜୁଲତା ପଟ୍ଟନାୟକ, ସଞ୍ଜୁଳତା ପାତ୍ର ପ୍ରମୁଖ ସାମିଲ ହୋଇଥିଲେ।

ସାମନ୍ତରାପୁର ସେଣ୍ଟ୍‌ ଜାଭିୟର ହାଇସ୍କୁଲ
ସାମନ୍ତରାପୁରସ୍ଥିତ ସେଣ୍ଟ୍‌ ଜାଭିୟର ହାଇସ୍କୁଲଠାରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷ ଏସ୍‌ଆର୍‌ ଆଲାଣ୍ଡ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିର୍ଦେଶକ ଅଜିତ କୁମାର ଦାଶ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ।

ମେଟ୍ରୋ ସିଟି
ନୟାପଲ୍ଲୀ ମେଟ୍ରୋ ସିଟି ଆପାର୍ଟ‌ମେଣ୍ଟରେ ସୋସାଇଟିର ସଭାପତି ରାଜ କିଶୋର ସାମନ୍ତରାୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ଜାଗୃତି ଲେଡିଜ କ୍ଲବର ସଭାପତି ନିର୍ଝରିଣୀ ପଟ୍ଟନାୟକ, ସମ୍ପାଦିକା ଚନ୍ଦନା ତ୍ରିପାଠୀ ଉପସ୍ଥିତ ଥିଲେ। ଯୁଗ୍ମ ସଂପାଦକ ସର୍ବାନନ୍ଦ କର ଧନ୍ୟବାଦ ଦେଇଥିଲେ।

କୁରାଳ ସମାଜ
ସାମନ୍ତରାପୁରସ୍ଥିତ କୁରାଳ ସମ‌ାଜ କାର୍ଯ୍ୟାଳୟ ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସଂଗଠନର ଉପଦେଷ୍ଟା ସତ୍ୟାନନ୍ଦ ବେହେରା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଉପସଭାପତି ଶଙ୍କର ମୁଦୁଲିଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ସଂଗଠନର ଉପଦେଷ୍ଟା ସତ୍ୟାନନ୍ଦ ବେହେରା, କୋଷ‌ାଧ୍ୟକ୍ଷ ଗନ୍ଧର୍ବ ରଣା, ରବୀନ୍ଦ୍ର କୁମାର ମୁଦୁଲି, ଅନନ୍ତ ବେହେରା, ଅଭିରାମ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।

ଉତ୍କଳମଣି ଗୋପବନ୍ଧୁ ସ୍ମାରକୀ ହାଇସ୍କୁଲ
ଜଗତ୍‌ସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ତିରୁମା ଗ୍ରାମର ‘ଉତ୍କଳମଣି ଗୋପବନ୍ଧୁ ସ୍ମାରକୀ ସରକାରୀ ଉଚ୍ଚ ବିଦ୍ୟାଳୟ’ରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ବଂଶୀଧର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପୂର୍ବତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପୁହାଣ ବିଶିଷ୍ଟ ଅତିଥି ଓ ଏଲ୍‌ଆଇସିର ଅବସରପ୍ରାପ୍ତ ପ୍ରାଶାସନିକ ଅଧିକାରୀ ସଂଯୁକ୍ତା ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ନିରଞ୍ଜନ ମହାନ୍ତି, ବିଜ୍ଞାନ ଶିକ୍ଷକ ଶରତ ରାଉତ, ଶିକ୍ଷୟିତ୍ରୀ ରଞ୍ଜିତା ସ୍ବାଇଁ, ସୁପ୍ରଭା ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର