ରାଜଧାନୀରେ ଦିନକରେ ୧୫୦ ଉଦ୍ଧାର

ଟ୍ରକ୍‌ରେ କୋଲକାତା ଯାଉଥିଲେ ୫୪

ଭୁବନେଶ୍ବର : ଆଉ ରାସ୍ତାରେ ଚାଲିବେନି ଶ୍ରମିକ। ପୁଲିସ ଡିଜିଙ୍କର ଏଭଳି ନିର୍ଦ୍ଦେଶ ପରେ ରାଜଧାନୀରେ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି। ରାସ୍ତାରେ ଚାଲି ଚାଲି ଯାଉଥିବା ପ୍ରାୟ ୧୫୦ ଶ୍ରମିକଙ୍କୁ ରାସ୍ତାରୁ ଉଦ୍ଧାର କରିଛି ପୁଲିସ। ସେମାନଙ୍କୁ ରସୁଲଗଡ଼ସ୍ଥିତ ଆଶ୍ରମ ବିଦ୍ୟାଳୟରେ ଭର୍ତ୍ତି କରାଯାଇଛି। ମହାରାଷ୍ଟ୍ରରୁ ଏକ ଟ୍ରକ୍‌ରେ କୋଲକାତା ଯାଉଥିବା ୫୪ଜଣ ଶ୍ରମିକଙ୍କୁ ପଳାଶୁଣି ନିକଟରେ ଠାବ କରିଥିଲା ପିସିଆର ଭ୍ୟାନ୍। ସେଠାରୁ ଟ୍ରକ୍ ସହ ସମସ୍ତ ଶ୍ରମିକଙ୍କୁ ଅଣାଯାଇ ଆଶ୍ରମ ବିଦ୍ୟାଳୟରେ ଛଡ଼ାଯାଇଛି। ଏଠାରେ ଥର୍ମାଲ ସ୍କ୍ରିନିଂ ସହ ରେଜିଷ୍ଟ୍ରେସନ କରାଯାଇଛି। ଉଦ୍ଧାର ଶ୍ରମିକମାନଙ୍କୁ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇବା ଲାଗି ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର