ଭୁବନେଶ୍ବର: ବିଜେଡି ପକ୍ଷରୁ ଭୁବନେଶ୍ବର ସାଂଗଠନିକ ଜିଲ୍ଲା ପୁନର୍ଗଠିତ ହୋଇଛି। ମୋଟ ଉପରେ ଜିଲ୍ଲା କମିଟି ନ କରି ଏଥର ନିର୍ବାଚନ ମଣ୍ଡଳୀୱାରି କମିଟି ଗଠନ କରାଯାଇଛି। ଭୁବନେଶ୍ବର ସାଂଗଠନିକ ଜିଲ୍ଲାର ସଭାପତି ପଦ ଉତ୍ତର ବିଧାୟକ ସୁଶାନ୍ତ ରାଉତ ବଜାୟ ରଖିଥିବା ବେଳେ କାର୍ଯ୍ୟକାରୀ ସଭାପତି ପଦରେ କର୍ପୋରେଟର ତଥା ବିଏମ୍ସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର ରହିଛନ୍ତି। ଏହି କମିଟିରେ ବିଭିନ୍ନ ପଦ ପଦବିରେ ୧୫୫ ଜଣ ସଦସ୍ୟ ରହିଛନ୍ତି।
ସଭାପତି ପଦ ବଜାୟ ରଖିଲେ ସୁଶାନ୍ତ
ବିରଞ୍ଚି କାର୍ଯ୍ୟକାରୀ ସଭାପତି
ନିର୍ବାଚନ ମଣ୍ଡଳୱାରି ଗଠନ ହେଲା କମିଟି
ସେଥିମଧ୍ୟରୁ ମଧ୍ୟ ଓ ଉତ୍ତର ନିର୍ବାଚନ ମଣ୍ଡଳୀରେ ୫୪ଜଣ ଲେଖାଏଁ କର୍ମକର୍ତ୍ତା ରହିଥିବା ବେଳେ ଏକାମ୍ରରେ ୪୫ ଜଣ ରହିଛନ୍ତି। ଏକାମ୍ର ବିଧାନସଭା ମଣ୍ଡଳୀରେ ୮ଜଣ ଉପଦେଷ୍ଟା ଅଛନ୍ତି। ଉପସଭାପତି ୭ଜଣ ରହିଥିବା ବେଳେ ସାଧାରଣ ସମ୍ପାଦକ ୬ ଓ ୨୪ଜଣ ସମ୍ପାଦକ ଅଛନ୍ତି। ସେହିଭଳି ମଧ୍ୟ ନିର୍ବାଚନ ମଣ୍ଡଳୀରେ ୯ ଜଣ ଉପଦେଷ୍ଟା ରହିଥିବା ବେଳେ ଉପସଭାପତି ୧୦ ଜଣ, ସାଧାରଣ ସମ୍ପାଦକ ୧୨ ଜଣ ଓ ସମ୍ପାଦକ ୨୩ ଜଣ ରହିଛନ୍ତି। ଉତ୍ତର ନିର୍ବାଚନ ମଣ୍ଡଳୀରେ ୧୦ ଜଣ ଉପଦେଷ୍ଟା ରହିଥିବା ବେଳେ ଉପସଭାପତି ୧୦, ସାଧାରଣ ସମ୍ପାଦକ ୯ ଓ ୨୫ ଜଣ ସମ୍ପାଦକ ଅଛନ୍ତି।
ବିଜେଡି ପକ୍ଷରୁ ଏକ ପ୍ରେସ୍ ବିବୃତି ମାଧ୍ୟମରେ ଏହି କମିଟିର ନାମ ଘୋଷଣା କରାଯାଇଥିଲା। ଏହାର କିଛି ସମୟ ପରେ ଆଉ ଏକ ବିବୃତି ଜାରି କରାଯାଇ କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାରଙ୍କୁ କାର୍ଯ୍ୟକାରୀ ସଭାପତି ଭାବରେ ଘୋଷଣା କରାଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ରାଜ୍ୟ ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ପ୍ରେସ୍ ବିବୃତିରେ ଏହି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/30-18.jpg)