ରାଜଧାନୀରେ ସବୁଠି ଉଡ଼ିଲା ତ୍ରିରଙ୍ଗା

ଭୁବନେଶ୍ବର: ରାଜଧାନୀରେ ପାଳିତ ହୋଇଯାଇଛି ୭୪ତମ ସ୍ବାଧୀନତା ଦିବସ। ଚଳିତବର୍ଷ କରୋନା ମହାମାରୀ ଯୋଗୁଁ ଏହି ଉତ୍ସବ ଫିକା ପଡ଼ିଯାଇଥିଲେ ହେଁ ଗଳିକନ୍ଦି ଠାରୁ ରାଜରାସ୍ତା ସବୁଠି ଦେଖିବାକୁ ମିଳିଥିଲା ଜାତୀୟତାର ଝଲକ। ଦେଶପ୍ରେମରେ ମସଗୁଲ ହୋଇଥିଲା ସାରା ଭୁବନେଶ୍ବର। ସାମାଜିକ ଦୂରତା କଟକଣା ସହ ମାସ୍କ ପରିଧାନ କରି ବିଭିନ୍ନ ଶିକ୍ଷା, ବ୍ୟବସାୟିକ ଅନୁଷ୍ଠାନ, ସଂଘ ଓ କ୍ଲବ ପ୍ରମୁଖ ଏହି ଦିନର ବିଶେଷତ୍ବକୁ ମନେ ପକାଇଥିଲେ। ଏହାଛଡ଼ା ଦେଶର ସ୍ବାଧୀନତା ଆନ୍ଦୋଳନରେ ପ୍ରାଣବଳି ଦେଇଥିବା ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

।ସତ୍ୟନଗର ଲେଡିଜ୍‌ ଫୋରମ୍‌: ସତ୍ୟନଗର ଲେଡିଜ୍ ଫୋରମ୍ ପକ୍ଷରୁ ସତ୍ୟନଗର ପାର୍କରେ ୭୪ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଫୋରମର ସଦସ୍ୟମାନେ ଗଭର୍ଣ୍ଣର ହାଉସ୍ ଛକ ନିକଟରେ ପଥଯାତ୍ରୀଙ୍କୁ କରୋନା ନେଇ ସଚେତନ କରିବା ସହ ମାସ୍କ ଓ ସାନିଟାଇଜର୍‌ ବଣ୍ଟନ କରିଥିଲେ। ଅନୁଷ୍ଠାନର ସମ୍ପାଦିକା ଅନୁରାଧା ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥି‌ଲେ। ଭାରତୀୟ ଜୀବନବୀମାର ସିନିୟର୍‌ ଡିଭିଜନାଲ ମ୍ୟାନେଜର୍‌ ଅକ୍ଷୟ କୁମାର ସାହୁ ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ।

।ସମରକ୍ରାନ୍ତି ସେନା: ସମରକ୍ରାନ୍ତି ସେନା ପକ୍ଷରୁ ରସୁଲଗଡ଼ସ୍ଥିତ ସୁଭାଷ ବୋଷ ପ୍ରତିମୂର୍ତ୍ତିଠାରେ ପାଳିତ ସ୍ବାଧୀନତା ଦିବସରେ ସାମ୍ବାଦିକ ସୁଜ୍ଞାନୀ ଚୌଧୁରୀ ପତାକା ଉତ୍ତୋଳନ କରିଥିଲେ। ଅନ୍ୟତମ ଅତିଥି ଭାବେ ସ୍ତମ୍ଭକାର ସୁଧାଂଶୁ ମହାପାତ୍ର, ଅନୁଷ୍ଠାନର ଉପସଭାପତି ଶରତ ଚନ୍ଦ୍ର ଜେନା ଓ ଦୀନବନ୍ଧୁ ଦାସ, ଉପସଭାପତି ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ, ବିଦ୍ୟାଧର ମହାପାତ୍ର, ବାସୁଦେବ ପରିଡ଼ା, ଶଙ୍କର୍ଷଣ ବେହେରା, ଜାନକୀବଲ୍ଲଭ ଧଳ, ଆରତ ବେହେରା, ସଚ୍ଚୀନ୍ଦ୍ର ନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସଂପାଦକ ପ୍ରମୋଦ କିଶୋର ପରିଡ଼ା ସଭା ପରିଚାଳନା କରିଥିଲେ। ଏଥିରେ ଦୀନବନ୍ଧୁ ଦାସଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା।

।ପିସ୍‌ବେଲ୍‌: ସଂଗଠନ ପିସ୍‌ବେଲ୍‌ ପକ୍ଷରୁ କଳିଙ୍ଗ ନଗର କେ-୪ ପାଣିଟାଙ୍କି ପଡ଼ିଆରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ଉପଦେଷ୍ଟା ସବିତାରାଣୀ ପୃଷ୍ଟିଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ‘ଶତାକ୍ଷୀ’ର ପୂର୍ବତନ ସଭାନେତ୍ରୀ ଗାୟତ୍ରୀ ମହାନ୍ତି ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିସ୍‌ବେଲ୍‌ର ସଂପାଦିକା ରଶ୍ମିତା ବାରିକ, କଳ୍ପଲତା ନାୟକ, ବାସନ୍ତୀ ପାତ୍ର, ନମିତା ନାୟକ, ମମତା ସେଠୀ, ବିଜୟଲକ୍ଷ୍ମୀ ନାୟକ, ତପସ୍ବିନୀ ପଟ୍ଟନାୟକ, ହରପ୍ରିୟା ପୃଷ୍ଟି ଓ ନମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

‌।ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଭୁବନେଶ୍ୱର ମଣ୍ଡଳ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ପାଳିତ ସ୍ବାଧୀନତା ଦିବସରେ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ରୁମା ଦେ ପତାକା ଉତ୍ତୋଳନ କରିଥିଲେ। କାର୍ଯ୍ୟକ୍ରମରେ ଏସ୍‌ବିଆଇର ମହାପ୍ରବନ୍ଧକ ସି.ଏଲ.ଏନ୍‌ ଚାରିୟୁଲୁ, ବିଜୟ କୁମାର କୁଜୁର, ସତ୍ୟଜିତ୍‌ ଦାଶ, ଉପମହାପ୍ରବନ୍ଧକ ଜୀବନ କୁମାର ଶିଶୁ ଗୋସ୍ବାମୀ ଉପସ୍ଥିତ ଥିଲେ। ଅନୁଷ୍ଠାନର କର୍ମଚାରୀ ଏବଂ ପରିବାର ସଦସ୍ୟମାନେ ଏହି ସମାରୋହକୁ ଅନ୍‌ଲାଇନ୍‌ରେ ଦେଖିଥିଲେ।

।ନାଲ୍‌କୋ ମୁଖ୍ୟ କାର୍ଯ୍ୟାଳୟ: ନବରତ୍ନ କମ୍ପାନି ନାଲ୍‌କୋର ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପାଳିତ ସ୍ବାଧୀନତା ଦିବସରେ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ମହାମାରୀ କୋଭିଡ୍‌ ପାଇଁ କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗ ଡିଜିଟାଲ/ସୋସିଆଲ ମିଡିଆ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାସହ ଅନୁଗୁଳ ଓ ଦାମ‌ନଯୋଡ଼ିସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ମଧ୍ୟ ସ୍ବାଧୀନତା ଦିବସ ପାଳିତ ହୋଇଥିଲା।

।ସିପେଟ୍‌: ମଞ୍ଚେଶ୍ବରସ୍ଥିତ ସିପେଟ୍‌: ସିଏସ୍‌ଟିଏସ୍‌, ଭୁବନେଶ୍ୱର ନିଆରା ଢଙ୍ଗରେ ସ୍ବାଧୀନତା ଦିବସ ପାଳନ କରିଥିଲା। କାର୍ଯ୍ୟକ୍ରମରେ ସିପେଟ୍‌ ପକ୍ଷରୁ କରୋନାଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସମ୍‌ ହସ୍ପିଟାଲର ଡାକ୍ତର ରାଖୀ ଲୁଦମ୍‌ଙ୍କ ସମତେ ଏନ୍‌ଡିଆରଏଫ ସବ୍‌ଇନ୍ସପେକ୍ଟର୍ ମନୋଜ କୁମାର ମାଝୀ, ଭୁବନେଶ୍ବର ୱାର୍ଡ ନଂ ୫ର ଆଶାକର୍ମୀ ପ୍ରତିମା ସେଠୀଙ୍କୁ ସମ୍ମାନିତ କରାଯାଇଥିଲା। ସିପେଟ୍‌ ପ୍ରଶାସନିକ ଅଧିକାରୀ ଜୟନ୍ତ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

।ଗାଇଡାନ୍ସ ଇଂରାଜୀ ମାଧ୍ୟମ ସ୍କୁଲ: ଡୁମଡୁମାସ୍ଥିତ ଗାଇଡାନ୍ସ ଇଂରାଜୀ ମାଧ୍ୟମ ସ୍କୁଲ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ହୋଇଛି। ଏଥିରେ ସ୍କୁଲର ପ୍ରଶାସନିକ ଅଧିକାରୀ, ସଂପାଦକ, ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। କୋଭିଡ୍‌ ମହାମାରୀ ଯୋଗୁଁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ମନା କରାଯାଇଥିଲା।

।ବାଲିପାଟଣା: ବାଲିପାଟଣାର ବିଭିନ୍ନ ସ୍ଥାନରେ କୋଭିଡ୍‌ କଟକଣା ମଧ୍ୟରେ ସ୍ବାଧୀନତା ଦିବସ ପାଳିତ ହୋଇଥିଲା। ଜୟଦେବ ବିଧାୟକ ଅରବିନ୍ଦ ଢାଲି ବାଲିପାଟଣା ବଜାରସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟ ଓ ଜଳସଂପଦ କାର୍ଯ୍ୟାଳୟ, ଶିଶୁ ଅନନ୍ତ ୟୁଥ କ୍ଲବଠାରେ ପତାକା ଉତ୍ତୋଳନ କରିଥିଲେ। ସେହିପରି ବ୍ଲକ ପରିସରରେ ବ୍ଲକ ଅଧକ୍ଷା ମନୀଷା ଚୌଧୁରୀ, ତହସିଲ କାର୍ଯ୍ୟାଳୟରେ ତହସିଲଦାର ସୁନିତା ଜେନା, ଥାନାରେ ଥାନାଧିକାରୀ ରାଧାକାନ୍ତ ସାହୁ, ବିଦ୍ୟୁତ କାର୍ଯ୍ୟାଳୟରେ ଯନ୍ତ୍ରୀ ମଦନମୋହନ ସାହୁ, ବ୍ଲକ ଶିକ୍ଷାଧିକାରୀଙ୍କ ଅଫିସରେ ବିଇଓ ମହେଶ୍ୱର ସାହୁ ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ। ଏହାବ୍ୟତୀତ ମେଡିକାଲ, ପ୍ରାଣୀ ସମ୍ପଦ କାର୍ଯ୍ୟାଳୟ, ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ସମେତ ବ୍ଲକରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅଫିସ, ସ୍କୁଲ ଓ କଲେଜରେ ତ୍ରିରଙ୍ଗା ଉଡ଼ିଥିଲା।

।ଜୟଦେବ ବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର: ଜୟଦେବ ବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସ୍କୁଲ୍‌ର ସମ୍ପାଦକ ବାଣୀବ୍ରତ ତ୍ରିପାଠୀ ଜାତୀୟ ପତାକା ଉତ୍ତୋଳନ କରି ଦେଶର ସ୍ବାଧୀନତା ଆନ୍ଦୋଳନରେ ବଳିଦାନ ଦେଇଥିବା ମହାମନିଷୀମାନଙ୍କ ସ୍ମୃତିଚାରଣ କରିଥିଲେ। ସ୍କୁଲ୍‌ର ପ୍ରଧାନ ଆଚାର୍ଯ୍ୟ ନିଶାନ କୁମାର ବିଶ୍ବାଳ ଉପସ୍ଥିତ ଥିଲେ। କୋଭିଡ୍‌-୧୯ ନିର୍ଦ୍ଦେଶନାମାକୁ ପାଳନ କରି କାର୍ଯ୍ୟକ୍ରମ ଆ‌େୟାଜନ ହୋଇଥିଲା।

।ହେଲ୍ପମେଟ୍‌ ପକ୍ଷରୁ ସଚେତନତା‌ କାର୍ଯ୍ୟକ୍ରମ: ହେଲ୍ପମେଟ୍‌ ପକ୍ଷରୁ ଭିନ୍ନ ଢଙ୍ଗରେ ସ୍ବାଧୀନତା ଦିବସ ପାଳିତ ହୋଇଛି। ଦିବସର ଅବ୍ୟବହିତ ପୂର୍ବରୁ ଭର୍ଚୁଆଲ୍‌ ମିଡିଆ ମାଧ୍ୟମରେ ଏକ ସଚେତନତାଧର୍ମୀ ନାଟକ ପରିବେଷଣ କରାଯାଇଥିଲା। ସ୍ବଚ୍ଛ ଭାରତ ସୁସ୍ଥ ଭାରତ ମାଧ୍ୟମରେ ଦେଶର ଭବିଷ୍ୟତକୁ ସୁଦୃଢ଼ କରିବାକୁ ବାର୍ତ୍ତା ଦିଆଯାଇଥିଲା। ନାଟକର ମୁଖ୍ୟ ଭୂମିକାରେ ସୁଶୀଲ କୁମାର ପଟ୍ଟନାୟକ ଅଭିନୟ କରିଥିଲେ। ସୁରଜ ମହାନ୍ତିଙ୍କ ରଚିତ ଏହି ନାଟକକୁ ଇଂରାଜୀରେ ଅନୁବାଦ କରିଥିଲେ ମଧୁଲିତା ରାୟ। ଶିବାନୀ ମିଶ୍ର ସହଯୋଗ କରିଥିଲେ। ସ୍ୱଚ୍ଛ ଅଭିଯାନ କାର୍ଯ୍ୟକ୍ରମ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍କୁଲ୍‌ ଓ କଲେଜରେ କରାଯିବ ବୋଲି ସମ୍ପାଦିକା ନିବେଦିତା ଭଞ୍ଜ ସୂଚନା ଦେଇଛନ୍ତି। ଏହାବାଦ୍ ଅନୁଷ୍ଠାନର ସଭାପତି ଅଞ୍ଜଳି ତ୍ରିପାଠୀ, ନିହାରୀକା ପଟ୍ଟନାୟକ ଓ ଅନ୍ୟ ସଦସ୍ୟମାନେ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରିଥିଲେ।

।ବିଜେଇଏମ୍ ସ୍କୁଲ: ବିଜେଇଏମ୍ ସ୍କୁଲ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ଅତିରିକ୍ତ ମ୍ୟାନେଜର ଚିତ୍ତରଞ୍ଜନ ବୈରିଶାଲ, ବରିଷ୍ଠ ସଦସ୍ୟ କେ.କେ ଦତ୍ତ, ବିଦ୍ୟାଳୟର ଅଧ୍ୟକ୍ଷା ସନ୍ଧ୍ୟା ଜେନା, ଉପାଧ୍ୟକ୍ଷା ପଲ୍ଲବୀ ମହାପାତ୍ର, ପର୍ଯ୍ୟବେକ୍ଷକ ଶିବାନୀ ପଟ୍ଟନାୟକ, ସୁରିଚିତା ଦାସ, ଏନ୍‌ସିସି ଅଫିସର ବରଦା ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।

।ଶାସ୍ତ୍ରୀନଗର ଉନ୍ନୟନ ପରିଷଦ: ଶାସ୍ତ୍ରୀନଗର ଉନ୍ନୟନ ପରିଷଦ ପକ୍ଷରୁ କୋଭିଡ୍‌ ନିୟମାବଳୀ ଅନୁସରଣ ସହ ସ୍ବାଧୀନତା ଦିବସ ପାଳନ ହୋଇି। ପୂର୍ବତନ କର୍ପୋରେଟର ନବକିଶୋର ବେହେରା ପତାକା ଉତ୍ତୋଳନ କରିଥିଲେ। ପରିଷଦର ସଭାପତି ଗିରିଜା ନନ୍ଦନ ମହାନ୍ତି, ସମ୍ପାଦକ ଅଶୋକ କୁମାର ବେହେରା, କାର୍ଯ୍ୟକାରୀ ସଭାପତି ଡ.ମାନଗୋବିନ୍ଦ, ରାମହରି ପାତ୍ର, ଶାସ୍ତ୍ରୀନଗର ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରଫୁଲ୍ଲ କୁମାର ପାଠୀ, ସମ୍ପାଦକ ଅଭିରାମ ଜେନା ଓ ଅନ୍ୟ ସଭ୍ୟବୃନ୍ଦ ଉପସ୍ଥିତ ଥିଲେ।

।ନେହରୁ ଯୁବ ପ୍ରତିଷ୍ଠାନ: ନେହରୁ ଯୁବ ପ୍ରତିଷ୍ଠାନ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ପୂର୍ବତନ ପ୍ରଶାସକ ସହଦେବ ଜୟସିଂହ ଜାତୀୟ ପତାକା ଉତ୍ତୋଳନ କରିଥି‌େଲ। ଯୁଗ୍ମ ସମ୍ପାଦକ ସୁଦୀପ୍ତ ପଟ୍ଟନାୟକ ଓ ସଂଯୋଜକ ଆଶିଷ ବେବର୍ତ୍ତା ଉପସ୍ଥିତ ଥିଲେ। ଅସିତ ଜେନା, ଉମେଶ ନନ୍ଦ ଓ ପ୍ରତାପ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଅଭିନେତା ବିଜୟ ମହାନ୍ତି, ପୂର୍ବତନ ପ୍ରଶାସକ ପ୍ରିୟବ୍ରତ ପଟ୍ଟନାୟକ ଓ କବି ଦିଲ୍ଲୀପ ବେହୁରାଙ୍କ ସ୍ମୃତିରେ ଏକ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା।

।ଇନ୍ଦିରା ପାର୍କ ମର୍ଣ୍ଣିଂ ୱାକର୍ସ ଆସୋସିଏସନ୍: ଇନ୍ଦିରା ପାର୍କ ମର୍ଣ୍ଣିଂ ୱାକର୍ସ ଆସୋସିଏସନ୍ ପକ୍ଷରୁ ଇନ୍ଦିରା ଗାନ୍ଧୀ ପାର୍କ ପରିସରରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ଆଇଏଫ୍‌ଏସ୍‌ ଅଫିସର୍‌ ପ୍ରେମ କୁମାର ଝା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନୁଷ୍ଠାନର ଆବାହକ ଚିତ୍ତରଞ୍ଜନ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏଭରେଷ୍ଟ ଆରୋହୀ ଗଣେଶ ଚନ୍ଦ୍ର ଜେନା, କ୍ରୀଡ଼ା ସଂଗଠକ ଶକ୍ତି ରଞ୍ଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ମହାନ୍ତି, ଉର୍ମିଳା ଖଣ୍ଡୁରି, ପତିତପାବନ ନାଥଶର୍ମା, ବିଜୟ କୁମାର ମହାନ୍ତି, ଯୋଗୀନାଥ ବାହୁବଳେନ୍ଦ୍ର, ପ୍ରବୀର ଦାସ, ବିଜୟ ମହାରଣା, ବିନୟ ଘୋଷ, ମୋହନ ପ୍ରଧାନ, ବ୍ରଜେନ୍ଦ୍ର ପାତ୍ର, ଆଲୋକ ସେଠୀ ଓ ଅଜୟ କୁମାର ଦାସ ପ୍ରମୁଖ ସାମିଲ ହୋଇଥିଲେ।

।ମଞ୍ଚେଶ୍ବର ମଞ୍ଚନାଥ ଉନ୍ନୟନ ପରିଷଦ: ମଞ୍ଚେଶ୍ବର ମଞ୍ଚନାଥ ଉନ୍ନୟନ ପରିଷଦ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। କୋଭିଡ-୧୯ର ସମସ୍ତ କଟକଣା ପାଳନ ପୂର୍ବକ ପରିଷଦର ସ୍ଥାୟୀ ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସ୍ବାଇଁ ପତାକା ଉତ୍ତୋଳନ କରିଥିଲେ। କୋଭିଡ୍‌ ଯୁଦ୍ଧରେ ଉଳ୍ଲେଖନୀୟ ଅବଦାନ ପାଇଁ ୧୦ ଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ବୃକ୍ଷରୋପଣ କରାଯାଇଥିଲା।

।ଭାରତ ବିକାଶ ପରିଷଦ: ଭାରତ ବିକାଶ ପରିଷଦର ବାଣୀବିହାର ଶାଖା ପକ୍ଷରୁ ତମାଣ୍ଡୋ ଗ୍ରାମର ଦୃଷ୍ଟିବାଧିତ ତାଲିମ କେନ୍ଦ୍ର ସାଇ ଚାରିଟେବଲ୍‌ ଫାଉଣ୍ଡେସନ୍‌ ପରିସରରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ଶୋଭନୀୟ ଆନ୍ଦୋଳନର ମୁଖ୍ୟ ଅରୁନ୍ଧତୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଓସେଡୋ ଅନୁଷ୍ଠାନର ନିର୍ଦ୍ଦେଶିକା ରିଭା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଭାରତ ବିକାଶ ପରିଷଦ ବାଣୀବିହାର ଶାଖାର ଉପସଭାପତି ଗୌରାଙ୍ଗ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମନୋରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

।ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ ଆବାସିକ କଲ୍ୟାଣ ସଂଘ: ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନି ଆବାସିକ କଲ୍ୟାଣ ସଂଘ ପକ୍ଷରୁ ଦୁର୍ଗାପୂଜା ପଡ଼ିଆରେ ୭୪ତମ ସ୍ବାଧୀନତା ଦିବସ ପାଳିତ ହୋଇଥିଲା। ସଂଘର ସଭାପତି ଜଗଦୀଶ ଚନ୍ଦ୍ର ରଥ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କୋଭିଡ୍‌-୧୯ର ସମସ୍ତ ନିୟମକୁ କଡ଼ାକଡ଼ି ଭାବେ ପାଳନ ପୂର୍ବକ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ସଂଘର ସମ୍ପାଦକ ଅଭିମନ୍ୟୁ ଗିରିଙ୍କ ସମେତ ଅନ୍ୟ ସଦସ୍ୟମାନେ ସାମାଜିକ ଦୂରତ୍ବ ରକ୍ଷା କରି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

।ସୁରକ୍ଷା: ଲୁମ୍ବିନୀବିହାର ପ୍ରୋଜେକ୍ଟ ୱାଟର ପରିସରରେ ସାମାଜିକ ଅନୁଷ୍ଠାନ ‘ସୁରକ୍ଷା’ ପକ୍ଷରୁ ସ୍ବାଧୀନତା ଦିବସ ପାଳନ କରାଯାଇଥିଲା। କୋଭିଡ୍‌-୧୯ର ସମସ୍ତ କଟକଣା ମାନି ଅନୁଷ୍ଠାନର ସଭାନେତ୍ରୀ ବନ୍ଦନା ପଣ୍ଡା ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସଦ୍ୟ ପ୍ରକାଶିତ ଏଆଇଏସ୍‌ଏସ୍‌ (ଅଲ୍‌ ଇଣ୍ଡିଆ ସିଭିଲ୍‌ ସର୍ଭିସ୍‌) ପରୀକ୍ଷାରେ ସଫଳତା ହାସଲ କରିଥିବା କୁମାର ବିଶ୍ବରଂଜନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବକୁ ପରିଚାଳନା କରିଥିଲେ କେଶବ ରଣା। ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ସୁଧାଂଶୁ ମହାପାତ୍ର, ମିଲି ରଣା, କୈଳାସ ଜେନା, ନିବେଦିତା ଲେଙ୍କା, ଦେବ ଚୌଧୁରୀ, ପଦ୍ମଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରୋଜେକ୍ଟ ୱାଟର ପରିସରରେ ବୃକ୍ଷରୋପଣ କରାଯାଇଥିଲା।

।ଆଲିସା ଫାଉଣ୍ଡେସନ୍: ସ୍ବେଚ୍ଛାସେବୀ ସଂସ୍ଥା ଆଲିସା ଫାଉଣ୍ଡେସନ୍ ପକ୍ଷରୁ ସ୍ବାଧୀନତା ଦିବସରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଚନ୍ଦ୍ରଶେଖପୁରସ୍ଥିତ ମ୍ୟାକ୍ସଫୋର୍ଟ ହସ୍ପିଟାଲ୍‌ ପରିସରରେ କରୋନା ରୋଗୀଙ୍କ ସେବା କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅଭିନେତା ପପୁ ପମ୍‌ପମ୍‌ ଏଥିରେ ସାମିଲ ହୋଇଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଅନ୍ନଦା ପ୍ରଭା ରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର