ଭୁବନେଶ୍ବର: ରବିବାର ଅପରାହ୍ଣ ସୁଦ୍ଧା ହକି ବିଶ୍ବକପ୍ ପାଇଁ ସମସ୍ତ ଟିମ୍ ରାଜଧାନୀରେ ପହଞ୍ଚିବା ପରେ ଟିମ୍ ମ୍ୟାନେଜର୍ମାନେ ପୁଲିସ କମିସନର ସତ୍ୟଜିତ୍ ମହାନ୍ତିଙ୍କୁ ଭେଟିଛନ୍ତି। ସନ୍ଧ୍ୟା ପ୍ରାୟ ୬ଟାରେ କଳିଙ୍ଗ ଷ୍ଟାଡିୟମରେ ଏକ ବୈଠକ କରାଯାଇଥିଲା। ଏଥିରେ ୧୬ଟି ଦେଶର ଟିମ୍ ମ୍ୟାନେଜର ସିପି ଶ୍ରୀ ମହାନ୍ତିଙ୍କୁ ଭେଟି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ବିଶେଷକରି ଏହି ସଭାରେ ଟିମ୍ ମ୍ୟାନେଜରଙ୍କୁ ଓଡ଼ିଶାର ଐତିହ୍ୟସ୍ଥଳୀ ବୁଲିବାକୁ କୁହାଯାଇଥିଲା। ସେହିପରି ଧର୍ମାନୁଷ୍ଠାନ, ମଲ୍ ଓ ପର୍ଯ୍ୟଟନସ୍ଥଳୀ ବୁଲିବା ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ଏଥିପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ସିପି ଶ୍ରୀ ମହାନ୍ତି କହିଥିଲେ। ହୋଟେଲ୍ରୁ ଷ୍ଟାଡିୟମ୍ ନେବା ଆଣିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଖେଳାଳିମାନେ କୌଣସି ସ୍ଥାନକୁ ଯିବା ପୂର୍ବରୁ ନୋଡାଲ୍ ଅଫିସରଙ୍କ ସହ ଯୋଗାଯୋଗ କରିପାରିବେ। ଯଦି କୌଣସି ସ୍ଥାନରେ କିଛି ସମସ୍ୟା ଅନୁଭବ କରନ୍ତି, ତୁରନ୍ତ ତାଙ୍କ ସହ ଯୋଗାଯୋଗ କରିବେ। ଦରକାର ପଡ଼ିଲେ, ୧୦୦କୁ ଡାଏଲ୍ କରିବେ। ଏଭଳି କମିସନରେଟ୍ ପୁଲିସର ସମସ୍ତ ସୁରକ୍ଷା ବ୍ୟବସ୍ଥା ଉପରେ ମ୍ୟାନେଜରମାନଙ୍କୁ ଟିଖିନିଖି ଭାବେ ବୁଝାଯାଇଥିଲା। ଆଜିର ଏହି ବୈଠକରେ ଡିସିପି ଅନୁପ ସାହୁ, ଏଡିସିପି ରାଜକିଶୋର ପାଇକରାୟଙ୍କ ସମେତ ନୋଡାଲ୍ ଅଫିସର ଉପସ୍ଥିତ ରହି ସୁରକ୍ଷା ଉପରେ ଆଲୋଚନା କରିଥିଲେ।
ପୁଲିସ କମିସନରଙ୍କୁ ଭେଟିଲେ ୧୬ ଦେଶର ଟିମ୍ ମ୍ୟାନେଜର
ଐତିହସ୍ଥଳୀ ବୁଲିବାକୁ ପ୍ରସ୍ତାବ ଦେଲେ
/sambad/media/post_attachments/wp-content/uploads/2018/11/Satyajit-Mohanty-e1533365630604.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)