ଭୁବନେଶ୍ୱରରେ ଦିନକୁ ହେଉଛି ୧୭୦୦ ପରୀକ୍ଷା

୪୬୦ଜଣଙ୍କର କାଉନସେଲିଂ ହେଲାଣି

ଭୁବନେଶ୍ୱର : ଜୁଲାଇ ୩୧ ତାରିଖ ସୁଦ୍ଧା ଦିନକୁ ୧୪୦୦ ପରୀକ୍ଷା କରିବାକୁ ଟାର୍ଗେଟ୍ ରଖିଥିଲା ବିଏମ୍‌ସି। କିନ୍ତୁ ଏବେ ଦିନକୁ ଏହାଠାରୁ ଅଧିକ ପରୀକ୍ଷା କରାଯାଉଛି। କରୋନା ପାଇଁ ଭୁବନେଶ୍ବରର ପର୍ଯ୍ୟବେକ୍ଷକ ଥିବା ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ କହିଛନ୍ତି ଯେ, ଏବେ ଭୁବନେଶ୍ବରରେ ଦିନକୁ ୧୭୦୦ ପରୀକ୍ଷା ହେଉଛି। ଅଧିକ ପରୀକ୍ଷା ହେଉଥିବାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ସ୍ବାଭାବିକ। ଆଗାମୀ ଦିନରେ ଭୁବନେଶ୍ବରରେ ଅଧିକ ପରୀକ୍ଷା ହେବ। ଯେଉଁଠି ଆକ୍ରାନ୍ତ ଚିହ୍ନଟ ହେବେ ସେଠାରେ ଆକ୍ଟିଭ୍ ସର୍ଭେଲାନ୍ସକୁ ଅଧିକ ଗୁରୁତ୍ବ ଦିଆଯିବ।

୪୬୦ଜଣଙ୍କର କାଉନସେଲିଂ ହେଲାଣି
ଭୁବନେଶ୍ୱର : ଲକ୍‌ଡାଉନ୍ ଯୋଗୁଁ ଲୋକମାନେ ମାନସିକ ଚାପରେ ଥିବାରୁ ଏବଂ କରୋନା ନେଇ ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଠୁଥିବାରୁ ଏହାର ସମାଧାନ ପାଇଁ ବିଏମ୍‌ସି ପକ୍ଷରୁ ଭୁବନେଶ୍ବର ଅପରେସନ୍ ସେଣ୍ଟର ମାଧ୍ୟମରେ ଲୋକଙ୍କୁ କାଉନସେଲିଂ କରାଯାଉଛି। ୧୯୨୯ ନମ୍ବରେ ଫୋନ୍‌ କରି ଲୋକ ପରାମର୍ଶ ପାଉଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୬୦ଜଣ ଲୋକଙ୍କୁ ଫୋନ୍‌ ମାଧ୍ୟମରେ କାଉନସେଲିଂ କରାଯାଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର