ଭୁବନେଶ୍ବର : ଏମ୍ଡିଙ୍କର ଡିଜିଟାଲ ଦସ୍ତଖତ ବ୍ୟବହାର କରି ଏକ ସଂସ୍ଥାରୁ ୧୮ କୋଟି ଲୁଟି ନେବା ମାମଲାରେ ଅଟକ ଦୁଇ ଅଭିଯୁକ୍ତ ଜେଲ୍ ଯାଇଛନ୍ତି। ଗତ ବିଳମ୍ବିତ ରାତିରେ ଉଭୟଙ୍କୁ ନୂଆପଲ୍ଲୀ ଥାନା ପୁଲିସ୍ ଗିରଫ କରିଛି। ଅଭିଯୁକ୍ତଦ୍ବୟ ହେଲେ, ବ୍ରହ୍ମପୁର ଛେତ୍ରୀର ପ୍ରଭାସ ଚନ୍ଦ୍ର ମିଶ୍ର ଓ ଆଠଗଡ଼ ପିତିରିର ରୁଦ୍ର ଦାଶ। ଏହି ମାମଲାରେ ଅନ୍ୟ ଅଭିଯୁକ୍ତ ପ୍ରତୀକ କର ଓ ଲୋକନାଥ ସୂର୍ଯ୍ୟନାରାୟଣ ମିଶ୍ର ଫେରାର ଅଛନ୍ତି। ଅଭିଯୋଗକାରୀ ଜଗନ୍ନାଥ ସୁପର ଷ୍ଟ୍ରକ୍ଚର ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ନନ୍ଦକିଶୋର ବେହେରାଙ୍କ ସହ ଅଭିଯୁକ୍ତଦ୍ବୟଙ୍କ ବନ୍ଧୁତା ଥିଲା। ନନ୍ଦକିଶୋର ଏହି କନ୍ଷ୍ଟ୍ରକସନ୍ ସଂସ୍ଥା ପରିଚାଳନା ପାଇଁ ସେମାନଙ୍କୁ ଯଥେଷ୍ଟ କ୍ଷମତା ଦେଇଥିଲେ। କିନ୍ତୁ ଏହାର ଫାଇଦା ନେଇ ଉଭୟ ନକଲି କାଗଜ ପ୍ରସ୍ତୁତ କରି ୧୮ କୋଟି ୩୧ ଲକ୍ଷ ୪୮ ହଜାର ୯୭୮ ଟଙ୍କା ଠକି ନେଇଥିଲେ। ଏ ନେଇ ନନ୍ଦକିଶୋର ଥାନାରେ ଅଭିଯୋଗ କରିବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା।
ଡିଜିଟାଲ ଦସ୍ତଖତ କରି ୧୮ କୋଟି ଠକେଇ ମାମଲା : ଜେଲ୍ ଗଲେ ୨ ଅଭିଯୁକ୍ତ
/sambad/media/post_attachments/wp-content/uploads/2020/02/jail2_9-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)