୭ ଦଫା ଦାବି ପୂରଣ ନ ହେଲେ ସମୂହ ଇସ୍ତଫା ଦେବେ ୧୮ହଜାର ଗ୍ରାମରକ୍ଷୀ!

କଟକ: ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ଗ୍ରାମରକ୍ଷୀମାନଙ୍କ ୭ଦଫା ଦାବିକୁ ସରକାର ଆସନ୍ତା ୧୨ ତାରିଖ ମଧ୍ୟରେ ପୂରଣ ନ କଲେ ମାର୍ଚ୍ଚ ୩୦ ତାରିଖରେ ରାଜ୍ୟର ୧୮,୪୪୧ ଗ୍ରାମରକ୍ଷୀ ସମୂହ ଇସ୍ତଫା ଦେବେ। ଶୁକ୍ରବାର ନିଖିଳ ଉତ୍କଳ ଗ୍ରାମରକ୍ଷୀ ମହାସ˚ଘ ପକ୍ଷରୁ କଟକ ଗଡ଼ଗଡେଶ୍ବର ମନ୍ଦିରରେ ଆୟୋଜିତ ବୈଠକରେ ସ˚ଘ ସଭାପତି ରତ୍ନାକର ନାୟକ ଏହି ସୂଚନା ଦେଇଛନ୍ତି। ଜଣେ ଗ୍ରାମରକ୍ଷୀଙ୍କୁ ୪ରୁ ୫ଟି ଗ୍ରାମର ଶାନ୍ତିଶୃଙ୍ଖଳା ବୁଝିବା ଏବ˚ ଜନସାଧାରଣଙ୍କୁ ସେବା ଯୋଗାଇଦେବା ନିମନ୍ତେ ରାତି ସମୟରେ କାର୍ଯ୍ୟ କରିବାକୁ ପଡ଼ିଥାଏ। ସେମାନେ ୨୨ ଦିନ କାର୍ଯ୍ୟ କରୁଛନ୍ତି ଏବ˚ ମାସିକ ଥାନା କିମ୍ବା ଫାଣ୍ତିରେ ୮ ଦିନ ଉପସ୍ଥିତ ରହି ବଳକା କାର୍ଯ୍ୟ ସମ୍ପାଦନ କରିଥାନ୍ତି। ତେବେ ସେମାନଙ୍କୁ ରାଜ୍ୟ ସରକାର ଅବହେଳା କରୁଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗ୍ରାମରକ୍ଷୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ ସହ ମାସିକ ବେତନ ୧୩ହଜାର ୫୦୦ ଟଙ୍କା ଦିଆଯିବା, ଥାନା ଓ ଫାଣ୍ତିରେ ଖାଡ଼ିପଡ଼ିଥିବା ପଦବି ପୂରଣ, କନଷ୍ଟେବଳ ସିପାହୀ ନିଯୁକ୍ତି ସମୟରେ ଗ୍ରାମରକ୍ଷୀମାନଙ୍କ ପାଇଁ ୧୦ଟି ସ୍ଥାନ ସ˚ରକ୍ଷଣ ରଖାଯିବା, ପୋଷାକ ବାବଦକୁ ବର୍ଷକୁ ୨ ହଜାର ଟଙ୍କା ଦିଆଯିବା, ମାଓବାଦୀଙ୍କ ହାତରେ ମୃତ୍ୟୁବରଣ କରିଥିବା ଗ୍ରାମରକ୍ଷୀଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ, ଅବସର ନେଉଥିବା ବୃଦ୍ଧ ଗ୍ରାମରକ୍ଷୀଙ୍କୁ ପେନସନ୍‌ ପାଇବା ପାଇଁ ବ୍ୟବସ୍ଥା କରାଯିବା ସହ ସେମାନଙ୍କ ପୁଅ କିମ୍ବା ନାତିକୁ ଗ୍ରାମରକ୍ଷୀ ପଦରେ ନିଯୁକ୍ତି ଦେବା ଏବ˚ ଗ୍ରାମରକ୍ଷୀମାନଙ୍କ ପାଇଁ ଜୀବନ ବୀମା ୧୦ଲକ୍ଷ ଟଙ୍କା କରାଯିବାକୁ ଦାବି ହୋଇଛି। ଏହି ବୈଠକରେ ମହାସ˚ଘର ସ˚ପାଦକ କିଶୋର ଚନ୍ଦ୍ର ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର