ଭୁବନେଶ୍ବର : ୩ ଦିନ ହେବ ଭୁବନେଶ୍ବରରେ କରୋନା ସ୍ଥିର ରହିଛି। ସେପ୍ଟେମ୍ବର ୩୦ ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୦ ଥିବା ବେଳେ ଗତ ତିନିଦିନ ହେବ ଏହି ସଂଖ୍ୟା ୨ଶହ ତଳେ ରହୁଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୧୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଦର୍ଶାଯାଇଛି।
ଅନ୍ୟପଟେ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମିଛି। ରବିବାର ଚିହ୍ନଟ ହୋଇଥିବା ୧୮୦ ଆକ୍ରାନ୍ତଙ୍କ ମଧ୍ୟରେ ୯ ଜଣ ଶିଶୁ ଅଛନ୍ତି। ଗତକାଲି ୭ ଜଣ ଶିଶୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତ ସେପ୍ଟେମ୍ବର ମାସରେ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ହାରାହାରି ୧୭ରୁ ୨୦ ରହୁଥିବା ବେଳେ ଅକ୍ଟୋବର ମାସରୁ ସଂଖ୍ୟା ଏକ ଅଙ୍କକୁ ଖସି ଆସିଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୧୩ ହଜାର ୨୨୧ ରହିଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୧ଲକ୍ଷ ୮ହଜାର ୬୨୩ ରହିଛି। ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ୁଥିବାରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମିଛି। ଗତକାଲି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ୬୪୪ ରହିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଏହି ସଂଖ୍ୟା ୩ହଜାର ୫୫୭ ରେକର୍ଡ କରାଯାଇଛି। ଆଜି ଚିହ୍ନଟ ହୋଇଥିବା ୧୮୦ ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆରେ ସର୍ବାଧିକ ୧୦ ଜଣ, ଚନ୍ଦ୍ରଶେଖରପୁରରେ ୭ ଜଣ, ଝାରପଡ଼ା, ୟୁନିଟ୍-୬ ଓ ମଞ୍ଚେଶ୍ବରରେ ୫ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/corona-vv.jpg)