ଭୁବନେଶ୍ୱର : ଭୁବନେଶ୍ବରକୁ ଆଇଟି ହବ୍ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ଜମି ଯୋଗାଇବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଉଛନ୍ତି। ମୁଖ୍ୟତଃ ଇନ୍ଫୋସିଟି ଓ ଇନ୍ଫୋଭ୍ୟାଲିରେ ଆଇଟି ଓ ଆଇଟିଇଏସ୍ ୟୁନିଟଗୁଡ଼ିକ କାମ କରୁଛନ୍ତି। ଇଲେକ୍ଟୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସୂଚନା ଅନୁଯାୟୀ ୧୮୬ଟି ଆଇଟି/ଆଇଟିଏସ୍ କମ୍ପାନି ଭୁବନେଶ୍ବରରେ ଅଛି। ବିଧାୟକ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ଦୁଇଟି ଆଇଟି ପାର୍କ ପ୍ରତିଷ୍ଠା କରାଯାଇଛି। ଇନ୍ଫୋଭ୍ୟାଲିରେ ଏକ ଗ୍ରିନଫିଲ୍ଡ ଇଲେକ୍ଟ୍ରୋନିକ୍ସ ମାନୁଫ୍ୟାକଚରିଂ କ୍ଲଷ୍ଟର ପ୍ରତିଷ୍ଠା କରାଯାଉଛି। ଆଇଟିର ବିକାଶ ନିମନ୍ତେ ଏକ ଆଇସିଟି ନୀତି ପ୍ରସ୍ତୁତ କରାଯାଉଛି।
ଏସ୍ଟିପିଆଇ ସୂଚନା ଅନୁଯାୟୀ ଭୁବନେଶ୍ବରରେ ୧୮୬ଟି ଆଇଟି/ଆଇଟିଏସ୍ କମ୍ପାନି କାମ କରୁଥିବାବେଳେ ଏଠାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମଧ୍ୟରେ ୮୦% ଓଡ଼ିଆ ଅଛନ୍ତି। ଏହି ସମସ୍ତ ଆଇଟି ୟୁନିଟଗୁଡ଼ିକ ଦ୍ବାରା ୨୦୧୯-୨୦ ବର୍ଷ ସୁଦ୍ଧା ସଫ୍ଟୱେୟାର ରପ୍ତାନି ମାଧ୍ୟମରେ ୪୫୦୦କୋଟି ରାଜସ୍ବ ଆଦାୟ ହୋଇଛି। ସେହିପରି ପ୍ରମୁଖ ଆଇଟି କମ୍ପାନି ଏଚ୍ସିଏଲ୍ ଟେକ୍ନୋଲୋଜି, ଓରାକଲ୍ ହେକ୍ସାୱେୟାର ଭଳି କମ୍ପାନିଗୁଡ଼ିକ ସେମାନଙ୍କର ୟୁନିଟ ଖୋଲିବା ପାଇଁ ସେମାନଙ୍କ ସହ ଯୋଗାଯୋଗ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/infocity-bhubaneswar.jpg)