କ୍ୟାପିଟାଲ ହାଇସ୍କୁଲର ୮୨’ ବ୍ୟାଚର ବନ୍ଧୁମିଳନ

ଭୁବନେଶ୍ବର: ସ୍ଥାନୀୟ କ୍ୟାପିଟାଲ ହାଇସ୍କୁଲର ୧୯୮୨ ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଜୟଦେବ ବାଟିକାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଦୀର୍ଘ ୪୦ ବର୍ଷ ତଳର ସ୍ମୃତିକୁ ରୋମନ୍ଥନ କରିଥିଲେ। ନିଜ ନିଜ ଭିତରେ ମନକଥା ବାଣ୍ଟିଥିଲେ।

ଭବିଷ୍ୟତ କାର୍ଯ୍ୟପନ୍ଥା ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ସାମାଜିକ କାର୍ଯ୍ୟକ୍ରମ, ରକ୍ତଦାନ ତଥା ଗରିବ ଲୋଙ୍କ ପାଇଁ ଆର୍ଥିକ ସହାୟତା କିପରି କରାଯାଇପାରିବ ସେଥିନେଇ ମତାମତ ଆଦାନପ୍ରଦାନ କରାଯାଇଥିଲା। ଗରିବ କଲ୍ୟାଣ ପାଣ୍ଠି ନିର୍ମାଣ ନେଇ ସ୍ଥିର ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସଭାପତି ଦୁର୍ଗେଶ ନନ୍ଦନ ଗିରି, ଅଜିତ ସାମନ୍ତରାୟ, ଅମ୍ବିକା ପ୍ରସାଦ ସାହୁ, ସୋମନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଦିବଂଗତ ବନ୍ଧୁମାନଙ୍କ ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ଭୋଜିଭାତର ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର