ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଥମ ଓ ତୃତୀୟ ସେମିଷ୍ଟାର ପରୀକ୍ଷା ପାଇଁ ଘୋଷିତ ଫର୍ମ ପୂରଣ ତାରିଖ ଅନ୍ୟ ନିଦ୍ଧିଷ୍ଟ ନିଷ୍ପତ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ବିଶ୍ୱବିଦ୍ୟାଳୟର କୁଳସଚିବ ବିଦ୍ୟାଧର ନାଏକ ମଙ୍ଗଳବାର ପ୍ରେସ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି। ଛାତ୍ର ସଂସଦ ନିର୍ବାଚନ ନେଇ ଉତ୍ତେଜନା ଦେଖାଯିବା ପରେ ଗତ ସେପ୍ଟେମ୍ବର ୧୭ରୁ ଅନିଦ୍ଧିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, ସ୍ନାତ୍ତୋକତ୍ତର ପରିଷଦ ଓ ଆଇନ ଶୃଙ୍ଖଳା ଅଧିକାରୀମାନଙ୍କ ସହ ବିଶଦ ଆଲୋଚନା ପରେ ବିଶ୍ୱବିଦ୍ୟାଳୟ ଖେଲାଯିବା ସମ୍ବନ୍ଧରେ ବିଧିବଦ୍ଧ ନିଷ୍ପତ୍ତି ଓ ଖୋଲିବା ତାରିଖ ସମସ୍ତ ସମ୍ବାଦପତ୍ର ଓ ବିଶ୍ୱବିଦ୍ୟାଳୟ େଓ୍ଵବସାଇଟରେ ପ୍ରକାଶ କରାଯିବ। ଏ ସମ୍ପର୍କରେ ତାରିଖ ଘୋଷଣା ନହେବା ଯାଏ ଛାତ୍ରାବାସ ଓ ସଂପୃକ୍ତ ପରିସର ଛାତ୍ରଛାତ୍ରୀମାନଙ୍କ ପାଇଁ ବନ୍ଦ ରହିବ। ବିଶ୍ୱବିଦ୍ୟାଳୟ ଖୋଲିବା ପରେ ଛାତ୍ରଛାତ୍ରୀମାନଙ୍କୁ ନିଜର ପରିଚୟ ପତ୍ର ଉପସ୍ଥାପନା ଜରିଆରେ ପରିସର ତଥା ଛାତ୍ରାବାସକୁ ପ୍ରବେଶ ଅନୁମତି ଦିଆଯିବ।
ଉତ୍କଳ ବିଶ୍ୱବିଦ୍ୟାଳୟ ୧ମ ଓ ୩ୟ ସେମିଷ୍ଟାର ପରୀକ୍ଷା ସ୍ଥଗିତ
/sambad/media/post_attachments/wp-content/uploads/2017/09/utkal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)