ପେଟିଏମ୍‌ରେ ଆକାଉଣ୍ଟ ଖୋଲାଇ ଲୁଟି ନେଲେ ଅଢ଼େଇ ଲକ୍ଷ

ଭୁବନେଶ୍ବର: ଅନ୍‌ଲାଇନ୍‌ ଟଙ୍କା କାରବାର ଆପ୍‌ ପେଟିଏମ୍‌ରେ ଜଣେ ବ୍ୟବସାୟୀଙ୍କ ଆକାଉଣ୍ଟ ଖୋଲାଇ ଧୂର୍ତ୍ତ ଅଢ଼େଇ ଲକ୍ଷ ଟଙ୍କା ଲୁଟି ନେଇଛି। ଏନେଇ ଠକେଇର ଶିକାର ହୋଇଥିବା ବ୍ୟବସାୟୀ ପ୍ରତାପ ଚନ୍ଦ୍ର ସାହୁ ଆଜି ଭରତପୁର ଥାନାରେ ଅଭିଯୋଗ କରିଛନ୍ତି। ଏତଲା ଆଧାରରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ପ୍ରତାପଙ୍କ ଅଭିଯୋଗ ମୁତାବକ, ୨୦୧୮ ମସିହାରେ ଜଣେ ଯୁବକ ତାଙ୍କୁ ପେଟିଏମ୍‌ରେ ଆକାଉଣ୍ଟ ଖୋଲିବା ପାଇଁ ପ୍ରବର୍ତ୍ତାଇ ଥିଲା। ଏହାଦ୍ବାରା ବହୁତ ଫାଇଦା ମିଳିବ ଓ ପୂରା କାରବାର ଅନ୍‌ଲାଇନ୍‌ରେଥିବାରୁ କିଛି ଝିନ୍‌ଝଟ୍ ରହିବ ନାହିଁ ବୋଲି କହିଥିଲା। ତେବେ ଯୁବକଜଣଙ୍କ ଚତୁରତାର ସହ ବ୍ୟବସାୟୀଙ୍କ ଆକାଉଣ୍ଟର ପାସ୍‌ୱାର୍ଡ ନେଇ ଯାଇଥିଲା। ଗତ କିଛି ଦିନ ତଳେ ସେ ସେହି ପାସୱାର୍ଡ ବ୍ୟବହାର କରି ପ୍ରତାପଙ୍କ ଆକାଉଣ୍ଟରୁ ପାଖାପାଖି ଅଢ଼େଇ ଲକ୍ଷ ଟଙ୍କା ଲୁଟି ନେଇଛି। ତେବେ ଏ ସଂପର୍କରେ ପ୍ରତାପ ତାଙ୍କୁ ପଚାରିବାକୁ କଲ୍‌ କରିଥିଲେ ହେଁ ସେ କେଉଁଆଡ଼େ ଫେରାର୍‌ ହୋଇଯାଇଛି।

ସମ୍ବନ୍ଧିତ ଖବର