ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟିନେଲେ ୨.୮ ଲକ୍ଷ ଟଙ୍କା

ଭୁବନେଶ୍ବର : ଆଜି ଭୁବନେଶ୍ବରରେ ଏକ ବ୍ୟାଙ୍କ ଶାଖାରେ ବନ୍ଧୁକ ଦେଖାଇ ଜଣେ ଦୁର୍ବୁତ୍ତ ୨.୮ ଲକ୍ଷ ଟଙ୍କା ଲୁଟି ନେଇଛି । ଏହି ଲୁଟ ବେଳେ ଶାଖାରେ ମାତ୍ର ଦୁଇଜଣ କର୍ମଚାରୀ ଥିବାବେଳେ କୌଣସି ସୁରକ୍ଷା କର୍ମୀ ନଥିଲେ ।

ଅଭିଯୋଗ ଅନୁଯାୟୀ ଆଜି ଅପରାହ୍ଣରେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, କଲରାହଙ୍ଗା ଶାଖାରେ ଦୁଇ ଜଣ ମାତ୍ର ମହିଳା କର୍ମଚାରୀ ଥିବାବେଳେ ହେଲମେଟ, ମାସ୍କ ଏବଂ ଗ୍ଲୋଭସ୍ ପିନ୍ଧିଥିବା ଜଣେ ବ୍ୟକ୍ତି ବନ୍ଧୁକ ଦେଖାଇ ପ୍ରାୟ ୨.୮ ଲକ୍ଷ ଟଙ୍କା ଲୁଟି ନେଇଥିଲା । ଉକ୍ତ ବ୍ୟକ୍ତି ଲୁଟ କରୁଥିବାବେଳେ ଭୟରେ ମହିଳା କର୍ମଚାରୀ ଦୁଇଜଣ ମୁକ ଦର୍ଶକ ସାଜିଥିଲେ । ସୂଚନା ପାଇବା ପରେ ଇନଫୋସିଟି ପୋଲିସ ବ୍ୟାଙ୍କରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିଥିବା ଜଣାଯାଇଛି ।

ତେବେ କୌତୁହଳର ବିଷୟ ହେଉଛି, ଏହି ଶାଖାଟି କାଲାରାଙ୍ଗାଠାରେ ଏକ ନିଛାଟିଆ ସ୍ଥାନରେ ରହିଥିଲେ ମଧ୍ୟ କୌଣସି ସୁରକ୍ଷାକର୍ମୀ ନିୟୋଜିତ ନଥିଲେ । ଜଣେ ସ୍ଥାନୀୟ କହିଛନ୍ତି ଯେ ବ୍ୟାଙ୍କର ଶାଖାରେ ଜଣେ ସଶସ୍ତ୍ର ସୁରକ୍ଷାକର୍ମୀ ମୁତୟନ ଥିଲେ ଏହି ଲୁଟକୁ ଏଡ଼ାଇଦିଆଯାଇପାରିଥାନ୍ତା ।

ସମ୍ବନ୍ଧିତ ଖବର