ଭୁବନେଶ୍ୱର: ଆଜି ରାଜଧାନୀର ଭିନ୍ନ ଭିନ୍ନ ଦୁଇଟି ସ୍ଥାନରେ ଦୁର୍ଘଟଣା ଘଟି ମୋଟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ବିଳମ୍ବିତ ରାତିରେ ଖାରବେଳ ଥାନାଠାରୁ କିଛି ଦୂରରେ ଏକ ଦୁର୍ଘଟଣା ଘଟିଥିଲା। ଏଥିରେ କେଶବ ଚନ୍ଦ୍ର ମିଶ୍ର (୩୨) ଆହତ ହୋଇଥିଲେ। ତାଙ୍କ ଘର ବଡ଼ଗଡ଼ ଥାନା ଅଧୀନ ବ୍ରହ୍ମେଶ୍ୱର ବାଗରେ। ରାତି ପ୍ରାୟ ୧୦ଟା ବେଳେ ସେ ଖାରବେଳ ଥାନାଠାରୁ କିଛି ଦୂରରେ ବାଇକ୍ ଧରି ଛିଡ଼ା ହୋଇଥିବା ବେଳେ ବାଣୀବିହାର ପଟୁ ଏକ ବାଇକ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇଥିବା ବାଇକଟି ସେଠାରୁ ଚମ୍ପଟ ମାରିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ପରେ ପରିବାରଲୋକେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଏନେଇ କୌଣସି ଅଭିଯୋଗ ହୋଇନାହିଁ ବୋଲି ଖାରବେଳ ନଗର ଥାନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ନୂଆପଲ୍ଲୀ ଥାନା ଅଧୀନରେ ଥିବା ସିଆରପି ଓଭରବ୍ରିଜ୍ ଉପରେ ଭାରସାମ୍ୟ ହରାଇ ଏକ ଟ୍ରେଲର ଟଣା ହୋଇ ଯାଉଥିବା ଏକ କାରକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ କାରଟି ତା’ ଆଗରେ ଯାଉଥିବା ଅନ୍ୟ ଏକ କାରକୁ ଧକ୍କା ଦେଇଥିଲା। ଏଥିରେ ଦୁଇଜଣ ଆହତ ହୋଇଥିଲେ। ଆହତଙ୍କ ପରିଚୟ ମିଳିନଥିବା ନୂଆପଲ୍ଲୀ ଥାନା ପୁଲିସ କହିଛି।
ରାଜଧାନୀରେ ୨ ଦୁର୍ଘଟଣା, ତିନି ଆହତ
/sambad/media/post_attachments/wp-content/uploads/2018/06/Accident_Sambad-Graphic-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)