ଭୁବନେଶ୍ବର: ଏମ୍ସ ହସ୍ପିଟାଲରୁ ଦୁଇ ଦଲାଲ୍ ଗିରଫ ହୋଇଥିବାର ଖବର ମିଳିଛି। ଖଣ୍ଡଗିରି ଥାନା ପୁଲିସ ଦୁଇ ଦଲାଲଙ୍କୁ ଗିରଫ କରିଛି।  ଏହୁଇ ଅଭିଯୁକ୍ତ ରୋଗୀମାନଙ୍କୁ ଟିକଟ ଓ ବେଡ ଯୋଗାଇ ଦେବାକୁ କହି ପାଞ୍ଚ ହଜାର ଟଙ୍କା ନେଉଥିଲେ। ବିଶେଷ କରି ପଶ୍ଚିମବଙ୍ଗ ରୋଗୀମାନଙ୍କୁ ଏଦୁହେଁ ଟାର୍ଗେଟ କରୁଥିଲେ।

Advertisment

ସୂଚନାଯୋଗ୍ୟ, ପୂର୍ବରୁ ଏମ୍ସ ହସ୍ପିଟାଲରୁ ୮ ଜଣଙ୍କୁ ଗିରଫ କରିଥିଲା କମିଶନରେଟ ପୁଲିସ। ଦଲାଲଙ୍କ କବ୍ଜାରେ ଏମ୍ସ କାଉଣ୍ଟର ଥିବା ପୂର୍ବରୁ ଅଭିଯୋଗ ହେଉଥିଲା। ଏଥିଲାଗି ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ।