ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ପଦ୍ମକେଶରୀପୁରରେ ସୁଧ କାରବାରରେ ସଂପୃକ୍ତ ଦୁଇ ମହାଜନଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ସୁବ୍ରତ ଦାସ ଏବଂ ତ୍ରିବେନ୍ଦ୍ର ଦାସକୁ ପୁଲିସ ଗିରଫ କରିଛି। ନିକଟରେ ପଦ୍ମକେଶରୀପୁରରେ ବୋମାମାଡ଼ ସାଙ୍ଗକୁ ହିଂସା ହୋଇଥିଲା। ଏହାପରେ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ତିଆରି ହୋଇଥିଲା ସ୍ପେଶାଲ ଟିମ। ୨ ଜଣଙ୍କୁ ଗିରଫ କରିବା ପରେ ଅନ୍ୟମାନଙ୍କୁ ଧରିବା ପାଇଁ ତାଲିକା ପ୍ରସ୍ତୁତ କରିଛି ପୁଲିସ।

Advertisment

ଏହି ଘଟଣାରେ ମୋଟ ୪ଟି ମାମଲା ରୁଜୁ ହୋଇଛି। ଏଥିରେ ଦାଦାବଟି ଆଦାୟ ପାଇଁ ୪ଟି ଏବଂ ମନି ଲଣ୍ଡ୍ରିଂ ପାଇଁ ୨ଟି ମାମଲା ରୁଜୁ ହୋଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ ଚାଲିଛି। ଗାଁରେ ହିଂସାକାଣ୍ଡ ନେଇ ପୁଲିସ ତଦନ୍ତ କରୁଛି। ସୁଧ କାରବାରରୁ ହିଂସା ସୃଷ୍ଟି ହୋଇଥିବା ଜାଣିବାକୁ ପାଇଛି ପୁଲିସ । ସୁଧ କାରବାର କରୁଥିବା ମହିଳା ଓ ପୁରୁଷଙ୍କ ତାଲିକା ପ୍ରସ୍ତୁତ କରିଛି ପୁଲିସ। ଏମାନେ ମାସିକ ୨୦ ପ୍ରତିଶତ ସୁଧ ଦେଇ ଲୋକଙ୍କୁ ଶୋଷଣ କରୁଥିଲେ ବୋଲି ଜଣାପଡିଛି।

ମାସିକିଆ ସୁଧ ଆଦାୟ ବେଳେ, ଲୋକଙ୍କଠାରୁ ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଥିଲେ ଅଭିଯୁକ୍ତ। ଗାଁରେ ଝଗଡ଼ା ସୃଷ୍ଟି କରିବା ସହ, ହିଂସାକୁ ଉସୁକାଉଥିଲେ। ଯେଉଁମାନେ ସୁଧ କାରବାର ନାଁରେ ଶୋଷଣ କରୁଥିବା ଲୋକଙ୍କୁ ଚିହ୍ନଟ ସରିଛି। ଏମାନଙ୍କୁ ଗିରଫ କରିବା ପାଇଁ କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜରେ ପୁଲିସ ଚଢାଉ କରିଥିଲା। ଯେଉଁମାନେ ସମସ୍ୟା ଭିତରେ ଅଛନ୍ତି ପୁଲିସକୁ ଜଣାଇପାରିବେ। ଲୋକମାନଙ୍କୁ ଥାନାକୁ ଆସି ରିପୋର୍ଟ କରିବାକୁ ଡିସିପି ପ୍ରତୀକ ସିଂହ କହିଛନ୍ତି।