ଭୁବନେଶ୍ୱର: କମିସନରେଟ ପୁଲିସ ହାତରେ ବଡ଼ ଲୁଟେରା ଗ୍ୟାଙ୍ଗ। ଗ୍ୟାଙ୍ଗର ମୋଟ ୩ ଜଣଙ୍କୁ କାବୁ କରିଛି କମିସନରେଟ ପୁଲିସ। ତିନି ଜଣଙ୍କୁ ଆଣି ପଚରାଉଚରା କରିବା ପରେ ପୁଲିସ ଜଣଙ୍କୁ ଛାଡଡ଼ି ଦେଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖିଛି। ଦୁଇ ଅଟକ ଅଭିଯୁକ୍ତର ହେଲେ ମନୋଜ ଓ ଶ୍ୟାମସୁନ୍ଦର ଆଚାରୀ। ଏମାନେ ଏଟିଏମ ପିନ ହାତ ସଫେଇ କରି ଟଙ୍କା ଲୁଟୁଥିଲେ। ଏହି ଗ୍ୟାଙ୍ଗର ସଦସ୍ୟ ଝରକା ତାଡ଼ି ଲୁଟିବା ସାଙ୍ଗକୁ ଏଟିଏମ ମଧ୍ୟ ଖାଲି କରୁଥିଲେ। ଏମାନଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାଯାଇଛି।
ଏଣେ ଶ୍ୟାମସୁନ୍ଦର ଚୋରି ସୁନାକୁ ଝଳେଇ କରି ଅଳଙ୍କାର ତିଆରି କରେ। ଅଭିଯୁକ୍ତଙ୍କ ନାଁ ରେ ଲକ୍ଷ୍ମୀସାଗର ଥାନାରେ ମାମଲା ରହିଛି। ଏନେଇ କମିସନରେଟ ପୁଲିସ ପକ୍ଷରୁ ଗୋଶାଣୀ ନୂଆଗାଁ, ବୈଦ୍ୟନାଥପୁର ଓ କମାପଲ୍ଲୀରେ ଚଢ଼ାଉ କରାଯାଇଛି।